ଜଗତସିଂହପୁର:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ(Biju Patnaik Death Anniversary) । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ସ୍ଥାନୀୟ ଥାନା ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ମାଲ୍ୟାର୍ପଣ କରିଥିଲେ ।
ସେହିପରି ବିଜୁ ଜନତାଦଳ(BJD) ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତା । ଓଡିଶାର ଉନ୍ନତି ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ମହାନ କାମ ପାଇଁ ଓଡ଼ିଆ ଜାତି ତାଙ୍କୁ ଚିରଦିନ ମନେରଖିବ ବୋଲି ସଭାରେ ସାମିଲ ହୋଇଥିବା ଅତିଥି ମତ ରଖିଥିଲେ ।