ଓଡିଶା

odisha

ETV Bharat / state

ଜଗତସିଂହପୁର ଜିଲ୍ଲା 23ଟି ପଞ୍ଚାୟତର 33480 ଲୋକେ ପ୍ରଭାବିତ - Jagatsinghpur Flood update

ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଫଳରେ ଜିଲ୍ଲାରେ ମୋଟ 33480 ଲୋକ ପ୍ରଭାବିତ ହୋଇଛନ୍ତି ।

Jagatsinghpur: 33,480 people of 23 panchayat are affected by Flood
ଜିଲ୍ଲାରେ 23ଟି ପଞ୍ଚାୟତର 33480 ଲୋକେ ପ୍ରଭାବିତ

By

Published : Sep 4, 2020, 10:53 PM IST

ଜଗତସିଂହପୁର: ବନ୍ୟା ପାଣି କମୁଛି ଦୁର୍ଦ୍ଦଶା ବଢୁଛି । ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଫଳରେ ଜିଲ୍ଲାରେ ମୋଟ 33480 ଜଣ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାର ମୋଟ 5 ଟି ବ୍ଲକ, କୁଜଙ୍ଗ, ତିର୍ତ୍ତୋଲ, ଜଗତସିଂହପୁର, ରଘୁନାଥପୁର ଓ ନାଉଗାଁ ବ୍ଲକର 23 ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ଜିଲ୍ଲାରେ 23ଟି ପଞ୍ଚାୟତର 33480 ଲୋକେ ପ୍ରଭାବିତ

23ଟି ପଞ୍ଚାୟତର 45ଟି ଗ୍ରାମରେ ପାଣି ଘେରରେ ରହିବା ସହ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 11 ଟି ଗ୍ରାମର 4,967 ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । 18 ଟି ବନ୍ୟା ଆଶ୍ରୟ ସ୍ଥଳରେ ମୋଟ 1628 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

କୃଷି ବିଭାଗ ରିପୋର୍ଟ ଅନୁସାରେ ଜିଲ୍ଲାରେ 26 ହଜାର 184 ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା କୁହାଯାଇଛି କିନ୍ତୁ ବେସରକାରୀ ଭାବେ ଏହାର ପରିମାଣ ବହୁ ଅଧିକ ରହିଛି । ଯେ ଜିଲାରେ 6 ଶହ 10 କୁଇଣ୍ଟାଲ ଚୁଡା ଓ ଶହେ 5 କୁଇଣ୍ଟାଲ ଗୁଡ଼ ପ୍ରଭାବିତ ଅଞ୍ଚଳରେ ବଣ୍ଟନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ପରି ହୋଇଛି । ପ୍ରଯ୍ୟାପ୍ତ ପରିମାଣ ରେ ଗୋ ଖାଦ୍ୟ ଦେବା କଥା ପ୍ରଶାସନ କହୁଥିବା ବେଳେ ତିର୍ତ୍ତୋଲ କୁଜଙ୍ଗ ଓ ଏରସମା ଅଞ୍ଚଳରେ ଲୋକଙ୍କ ପାଖରେ ଚୁଡା ଗୁଡ଼ କିମ୍ବା ଗୋଖାଦ୍ୟ ପହଞ୍ଚି ପାରି ନଥିବା ପ୍ରଭାବିତ ଲୋକେ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details