ଓଡିଶା

odisha

ETV Bharat / state

ଜଗତସିଂହପୁରରେ 'ବୁଲବୁଲ' ବିତ୍ପାତ: ସମୁଦ୍ରକୂଳିଆ ଅଞ୍ଚଳରୁ 546ଜଣଙ୍କୁ ସ୍ଥାନାନ୍ତର - Jagatsighpur slightly affected for cyclone

ଜଗତସିଂହପୁର ପାରାଦ୍ବୀପରେ 'ବୁଲବୁଲ'ର ବେଶ ପ୍ରଭାବ ଦେଖିବାକୁ ମିଳିଛି । ପାରାଦ୍ବୀପର ମଧୁବନ, ଷଣ୍ଡକୁଦ ଆଦି ବସ୍ତି ଅଞ୍ଚଳରେ କେତେକ କଚାଘର ଭାଙ୍ଗି ଯାଇଥିବାବେଳେ ଗଛ ଉପୁଡି ରାସ୍ତା ଅବରୋଧ କରିିଛି । ଅନ୍ୟପଟେ, ସମୁଦ୍ରକୂଳିଆ ଅଞ୍ଚଳରୁ 546ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ସମୁଦ୍ରକୂଳିଆରୁ 546ଜଣଙ୍କୁ ସ୍ଥାନାନ୍ତର

By

Published : Nov 9, 2019, 12:55 PM IST

Updated : Nov 9, 2019, 1:02 PM IST

ଜଗତସିଂହପୁର: ଜଗତସିଂହପୁର ପାରାଦ୍ବୀପରେ 'ବୁଲବୁଲ'ର ପ୍ରଭାବ ଦେଖିବାକୁ ମିଳୁଛି । ପାରାଦ୍ବୀପ ଠାରୁ ମାତ୍ର 120 କିମି ଦୂରରେ 'ବୁଲବୁଲ' ଥିବା ସୂଚନା ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ 50ରୁ 70 କିଲୋମିଟର ବେଗରେ ପବନ ବହୁଛି । ଜିଲ୍ଲାରେ ସର୍ବାଧିକ 100 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଅନ୍ୟପଟେ, ପାରାଦ୍ବୀପର ତଳିଆ ଅଞ୍ଚଳ ଓ ଜିଲ୍ଲାର ବାଲିକୁଦା ଓ ଏରସମା ବ୍ଲକର ସମୁଦ୍ର କୂଳିଆ ଅଞ୍ଚଳରେ ବସବାସ କରୁଥିବା 546ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ କିମ୍ବା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇନଥିବାରୁ ଅସନ୍ତୋଷ ଦେଖାଦେଇଛି । କେବଳ ଗତକାଲି ରାତିରେ ପ୍ରଶାସନ ପକ୍ଷରୁ 5ଟଙ୍କିଆ ବିସ୍କୁଟ ଦିଆଯାଇଛି । ଏ ପର୍ଯ୍ୟନ୍ତ ଚୁଡା କି ରନ୍ଧା ଖାଦ୍ୟ ଦିଆଯାଇ ନଥିବାରୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ନେଇଥିବା ବୟସ୍କଙ୍କ ଠାରୁ ଛୋଟ ପିଲା ଉପାସରେ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ପାରାଦ୍ବୀପର ମଧୁବନ, ଷଣ୍ଡକୁଦ ଆଦି ବସ୍ତି ଅଞ୍ଚଳରେ କେତେକ କଚାଘର ଭାଙ୍ଗି ଯାଇଥିବା ସୂଚନା ମିଳୁଛି । ବଡ ବଡ ଗଛଗୁଡିକ ଉପୁଡି ପଡିବା ସହ କଟକ ପାରାଦ୍ବୀପ ରାସ୍ତା ଅବରୋଧ ହେବା ସହ ଜନ ଜୀବନ ପ୍ରଭାବିତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Nov 9, 2019, 1:02 PM IST

ABOUT THE AUTHOR

...view details