ଓଡିଶା

odisha

ETV Bharat / state

ଜଗତସିଂହପୁରରେ ବିପର୍ଯ୍ୟସ୍ତ ଟ୍ରାଫିକ, ବଢୁଛି ଦୁର୍ଘଟଣା - jagatshingpur

ଜଗତସିଂହପୁର ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ସହରର କଲେଜ ଛକଠାରୁ ପୋଷ୍ଟ ଅଫିସ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଅତି ଶୋଚନୀୟ ହୋଇପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Jun 18, 2019, 11:10 PM IST

ଜଗତସିଂହପୁର: ଅବହେଳିତ ଅବସ୍ଥାରେ ଜଗତସିଂହପୁର ଟ୍ରାଫିକ ବ୍ୟବସ୍ଥା । ବେପରୁଆ ଗାଡିଚାଳନା ସାଙ୍ଗକୁ ବେଆଇନି ପାର୍କିଂ ଦୁର୍ଘଟଣାର କାରଣ ପାଲଟିଛି । ସେହିପରି ବୋଝ ଉପରେ ନଳିତା ବିଡା ଭଳି ଭାରିଯାନ ଗମନାଗମନକୁ ବିପର୍ଯ୍ୟସ୍ତ କରୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସହରର କଲେଜ ଛକଠାରୁ ପୋଷ୍ଟ ଅଫିସ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ଅତି ଶୋଚନୀୟ ହୋଇପଡିଛି । ଗତ ଜାନୁଆରୀ 10 ତାରିଖରେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ଯେ ସକାଳ 8ଟା ଠାରୁ ରାତି 9ଟା ପର୍ଯ୍ୟନ୍ତ କୌଣସି ଭାରିଯାନ ସହର ମଧ୍ୟରେ ପ୍ରବେଶ କରିପାରିବ ନାହିଁ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦେଶ ମଧ୍ୟ କାର୍ଯ୍ୟକାରୀ ହେଉନି ।

ଆଳିପିଙ୍ଗଳ ରାସ୍ତା ଦେଇ ସହର ଭିତରକୁ ଅବୈଧରେ ଭାରିଯାନ ଗୁଡିକ ପ୍ରବେଶ କରୁଛି । ଏନେଇ ବିଭିନ୍ନ ସମୟରେ ଦୃଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନଥିବା ଦେଖିବାକୁ ମିଳିଛି । ତେବେ ଏସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେ କିଛି କହିବାକୁ ମନା କରିଦେଇଥିଲେ । ସେପଟେ ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି ଏହା ଉପରେ ଖୁବଶୀଘ୍ର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜିଲ୍ଲାପାଳ ଜିଲ୍ଲା ବାହାରେ ଥିବାରୁ ସେ ଫୋନ ଯୋଗେ ପ୍ରତିକ୍ରିୟା ଦେଇଥିଲେ । ତେବେ ଏସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଜବରଦଖଲକାରୀଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାରେ କିପରି ସୁଧାର ଆସିବ ସେଥିପାଇଁ ପୋଲିସ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରାଯିବ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details