ଓଡିଶା

odisha

ETV Bharat / state

କୋରୋନା ପଜିଟିଭ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା - coronavirus latest news

ଜଗତସିଂହପୁର ଜିଲ୍ଲାରେ ୩୩ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ଏମାନେ ସମସ୍ତେ କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ । ଅଧିକ ଜାଣନ୍ତୁ...

jagatasinghpur-collector-says-about-after-33-covid19-positive
କୋରୋନା ପଜିଟିଭି ଚିହ୍ନଟ ପରେ ଜଗତସିଂହପୁର ଜିଲାପାଳଙ୍କ ପ୍ରତିକ୍ରିୟା

By

Published : Jun 10, 2020, 5:08 PM IST

ଜଗତସିଂହପୁର: ଜିଲ୍ଲାରେ ୩୩ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ଜିଲ୍ଲାର ମୋଟ୍ ୩୩ ଜଣଙ୍କ ସ୍ବାବ ନମୁନା ପଜିଟିଭ ଆସିଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି ।

କୋରୋନା ପଜିଟିଭି ଚିହ୍ନଟ ପରେ ଜଗତସିଂହପୁର ଜିଲାପାଳଙ୍କ ପ୍ରତିକ୍ରିୟା

ଜଗତସିଂହପୁର ଜିଲ୍ଲାରେ କୋରୋନା ତାର କାୟା ବିସ୍ତାର କରି ଚାଲିଛି । ସେହିପରି ଜିଲ୍ଲାରେ ମୋଟ ୬୮ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୬୨ ଜଣ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କୁ ଭୁବନେଶ୍ବର କିମ୍ସ ହସପିଟାଲରେ ଚିକିତ୍ସା କରାଯାଉଛି । ଆଜି ୩୩ ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ଭୁବନେଶ୍ବର କିମ୍ସକୁ ସ୍ଥାନାନ୍ତର କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ପ୍ରବାସୀ କ୍ବାରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details