ଓଡିଶା

odisha

ETV Bharat / state

ପାରାଦ୍ବୀପରେ ଜୋର ଧରିଲା ସ୍କୁଲକୁ ନେଇ ରାଜନୀତି ପ୍ରସଙ୍ଗ - ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲ

ବିଜେପି ପାରାଦ୍ବୀପ ବିଜେଡି ନଗର ସଭାପତିଙ୍କ କୁଶପୁତ୍ତଳିକା ଦାହକୁ ପ୍ରତିବାଦ କରିଛି ସ୍କୁଲ ଅଭିଭାବକ ସଂଘ । ଅଧିକ ପଢନ୍ତୁ...

ପାରାଦ୍ବୀପରେ ଜୋର ଧରିଲା ସ୍କୁଲକୁ ନେଇ ରାଜନୀତି ପ୍ରସଙ୍ଗ
ପାରାଦ୍ବୀପରେ ଜୋର ଧରିଲା ସ୍କୁଲକୁ ନେଇ ରାଜନୀତି ପ୍ରସଙ୍ଗ

By

Published : Sep 3, 2021, 6:29 PM IST

ପାରାଦ୍ବୀପ:ବିଜେପି ପକ୍ଷରୁ ପାରାଦ୍ଵୀପ ବିଜେଡି ନଗର ସଭାପତିଙ୍କ କୁଶପୁତ୍ତଳିକା ଦାହର ପ୍ରତିବାଦ କରିଛି ସ୍କୁଲ ଅଭିଭାବକ ସଂଘ । ବିଜେପି ଘଟଣାରେ ରାଜନୈତିକ ଫାଇଦା ଉଠାଇବାକୁ ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛନ୍ତି ପରିଚାଳନା କମିଟି ଅଭିଭାବକ ।

ପାରାଦ୍ବୀପରେ ଜୋର ଧରିଲା ସ୍କୁଲକୁ ନେଇ ରାଜନୀତି ପ୍ରସଙ୍ଗ

ଗତ କିଛିଦିନ ହେଲା ପାରାଦ୍ଵୀପର ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲକୁ ନେଇ ବିବାଦ ଲାଗିରହିଛି । ୨୦୧୬ ମସିହାରେ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲ ଓ ନବ ପ୍ରଭାତ ସ୍କୁଲକୁ ମିଶ୍ରଣ କରି ପରିଚାଳନା କରାଯାଉଥିଲା । ମାତ୍ର ଗତ ୪ ଦିନ ତଳେ ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲର କିଛି ଶିକ୍ଷୟତ୍ରୀ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପାରାଦ୍ଵୀପ ବିଜେଡି ନଗର ସଭାପତି ବସନ୍ତ ବିଶ୍ବାଳ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ସ୍କୁଲକୁ ହଡ଼ପ କରିଥିବା ଥାନାରେ ସେମାନେ ଅଭିଯୋଗ କରିଥିଲେ । ମଙ୍ଗଳବାର ନଗର ବିଜେପି ପକ୍ଷରୁ ବସନ୍ତ ବିଶ୍ବାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ତେବେ ଏହାର ପ୍ରତିବାଦ କରିଛନ୍ତି ସ୍କୁଲ ପରିଚାଳନା କମିଟି ଅଭିଭାବକ। ବିଜେପି ଦଳ ଏହି ଘଟଣାରେ ରାଜନୈତିକ ଫାଇଦା ଉଠାଇବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ପରିଚାଳନା କମିଟି। ଉଭୟ ସ୍କୁଲକୁ ମିଶ୍ରଣ କରିବା ନିଷ୍ପତ୍ତି ସେମାନଙ୍କର ଥିଲା ଏବଂ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ଆସି ପାଠ ପଢାଉନଥିଲେ । ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ କୁହାଯିବାରୁ ସେମାନେ ମିଥ୍ୟା ଆରୋପ ଲଗାଇଛନ୍ତି ଏବଂ ବିଜେପି ଏଥିରୁ ରାଜନୈତିକ ଫାଇଦା ନେବାକୁ ଚାହୁଁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details