ଓଡିଶା

odisha

ETV Bharat / state

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିନବ ପ୍ରତିବାଦ - ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଜଗତସିଂହପୁର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ‘‘ମୋଦି ସରକାରଙ୍କ ମନକୀ ବାତ୍ ନେହିଁ କିଷାନ କି ବାତ ଚାହିୟେ’’ ବୋଲି କହିଥିଲେ। ଅଧିକ ପଢନ୍ତୁ...

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିନବ ପ୍ରତିବାଦ
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିନବ ପ୍ରତିବାଦ

By

Published : Dec 27, 2020, 10:50 PM IST

ଜଗତସିଂହପୁର : ଆଜି(ରବିବାର) ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟ ବଜାଇ ବିକ୍ଷୋଭ ପଦର୍ଶନ କରିବା ସହ ‘‘ମୋଦି ସରକାରଙ୍କ ମନକୀ ବାତ୍ ନେହିଁ କିଷାନ କି ବାତ ଚାହିୟେ’’ ବୋଲି କହିଥିଲେ। ସଂଗଠନ ଅଭିଯୋଗ କରିଛି ଯେ, କେନ୍ଦ୍ରସରକାର ଚାଷୀଙ୍କ ସୁରକ୍ଷା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’ ଜରିୟାରେ ନିଜର ଅହମିକା ପଦର୍ଶନ କରିଛନ୍ତି ।

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିନବ ପ୍ରତିବାଦ

ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ଗୁଡିକରେ ପ୍ରଶାସନିକ ସଂସ୍କାର ନଆଣି ପୁଞିପତିଙ୍କୁ ଟେକିଦେବା ଓ ଚାଷୀ ସମ୍ପଦ ମଧ୍ୟରେ ଘରୋଇ କମ୍ପାନୀର ଅବାଧ ପ୍ରବେଶ ଦ୍ବାରା ଦେଶରେ ଆର୍ଥିକ ସାର୍ବଭୌମତ୍ବ ବିପନ୍ନ ହେବ ବୋଲି ସଂଗଠନ କହିଛି । କେନ୍ଦ୍ର ସରକାର ତୁରନ୍ତ ୨୦୨୦ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଏହି ପ୍ରକାର ବିକ୍ଷୋଭ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details