ଜଗତସିଂହପୁର: ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି କରୋନା ସଂକ୍ରମଣ । ଯାହାକି ଜିଲାବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ଥି ଆଣିଛି । ଜିଲ୍ଲାର 8 ହଜାର 215 ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ମାତ୍ର 570 ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଯାହାକି ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର 5 ପ୍ରତିଶତ । ଏହା ଜିଲ୍ଲା ପାଇଁ ଏକ ଆଶ୍ବସ୍ଥି ଆଣିଛି ।
ଜଗତସିଂହପୁର ଜିଲ୍ଲାରେ ଖସୁଛି ସଂକ୍ରମଣ, ବର୍ତ୍ତମାନ ସକ୍ରିୟ ହାର ମାତ୍ର 5 ପ୍ରତିଶତ
ଜଗତସିଂହପୁର ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଆଜି 59 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ । ପଢନ୍ତୁ ଅଧିକ....
ଜଗତସିଂହପୁର ଜିଲ୍ଲାରେ ଖସୁଛି ସଂକ୍ରମଣ, ବର୍ତ୍ତମାନ ସକ୍ରୀୟ ହାର ମାତ୍ର 5 ପ୍ରତିଶତ
ଜିଲ୍ଲାରେ ଆଜି ଚିହ୍ନଟ ହୋଇଛନ୍ତି 59 ଜଣ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦାରୁ 7, ଏରସମାରୁ 7, ବିରିଡିରୁ 9, କୁଜଙ୍ଗରୁ 2, ନାଉଗାଁରୁ 2 ତିର୍ତ୍ତୋଲରୁ 8, ରଘୁନାଥପୁରରୁ 9, ଜଗତସିଂହପୁରରୁ 9, ଜଗତସିଂହପୁର ସହରରୁ 1 ଓ ପାରାଦ୍ବୀପରୁ 5 ଜଣ ଚିହ୍ନଟ କରାଯାଇଛି । ସେହିପରି ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଜଣେ ରଘୁନାଥପୁର ବ୍ଲକରୁ ହୋଇଥିବାବେଳେ ଅନ୍ୟ ଜଣେ ମୃତକ ତିର୍ତ୍ତୋଲ ବ୍ଲକରୁ ବୋଲି ଜଣାପଡିଛି । ଆଜିର ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ