ଓଡିଶା

odisha

ETV Bharat / state

ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନ - Indian Coast Guard

ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ । ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀରେ ସାମିଲ । ଅଧିପ ପଢନ୍ତୁ.....

Indian Coast Guard honors Karona Warriors
ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

By

Published : May 4, 2020, 7:51 PM IST

ଜଗତସିଂହପୁର: ଇଣ୍ଡିଆନ କୋଷ୍ଟଗାର୍ଡ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି । ଦୁଇ ଘଣ୍ଟା ପର୍ଯ୍ୟନ୍ତ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ଆଲୋକିତ କରାଯିବା ସହିତ ରଙ୍ଗୀନ ଲାଇଟ ଫାୟାର କରାଯାଇଛି । ଓଡିଶା ସମୁଦ୍ରରେ ନିୟୋଜିତ ଥିବା କୋଷ୍ଟଗାର୍ଡର ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀରେ ସାମିଲ ହୋଇଛନ୍ତି ।

ଇଣ୍ଡିଆନ କୋଷ୍ଟଗାର୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

ଆଇଏନଏସ ସୁଜୟା ପାରାଦ୍ବୀପ ବେଳାଭୂମି ନିକଟ ସମୁଦ୍ରରେ ରଙ୍ଗୀନ ତୋପ ସଲାମୀ ଦେଇଥିବା ବେଳେ ଆଇଏନଏସ ବିଜୟା ପୁରୀ ସମୁଦ୍ର ଓ ଆଇଏନଏସ ବରୋଦା ହଳଦିଆ ବନ୍ଦର ନିକଟରେ ଥାଇ ତୋପ ସଲାମୀରେ ସାମିଲ ହୋଇଛନ୍ତି । ତୋପ ସଲାମୀ ସମୟରେ କୋଷ୍ଟର୍ଗାଡର ଅଫିସର ମାନେ ତାଳି ମାରି କୋରୋନା ଭାଇରସ୍ ବିପକ୍ଷରେ ଲଢୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଇଟିଭି ଭାରତ

ABOUT THE AUTHOR

...view details