ଓଡିଶା

odisha

ETV Bharat / state

ଜିଲ୍ଲା ପ୍ରସାଶନର ଜନସମ୍ପର୍କ ପୋର୍ଟାଲ ଉଦଘାଟିତ

ଜିଲ୍ଲା ପ୍ରଶାସନର ନୂତନ ୱେବ ପୋର୍ଟାଲ ଓ ପୌର ପରିଷଦର ନିଜସ୍ୱ ୱେବ ପୋର୍ଟାଲ ଉଦଘାଟିତ ହୋଇଛି । ଜଗତସିଂହପୁର ଜିଲ୍ଲାପାଳ ଏହାର ଉଦଘାଟନ କରିଛନ୍ତି ।

By

Published : Jul 27, 2019, 10:22 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଗତସିଂହପୁର ପୌର ପରିଷଦର ନିଜସ୍ୱ ୱେବ ପୋର୍ଟାଲ ଓ ଜିଲ୍ଲା ପ୍ରଶାସନର ଜନସମ୍ପର୍କ ୱେବ ପୋର୍ଟାଲ ଉଦଘାଟିତ ହୋଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହାର ଉଦଘାଟନ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

www.jagatsinghpur.municpality.in ରେ ଲଗ ଇନ୍ କରି ଜନସାଧାରଣ ପୌର ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇପାରିବେ । ଏହା ମାଧ୍ୟମରେ ହୋଲଡିଂ ଟ୍ୟାକ୍ସ, କଲ୍ୟାଣ ମଣ୍ଡପ ବୁକିଙ୍ଗ, ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ। ଏହାଦ୍ୱାରା ପ୍ରଶାସନ ଲୋକଙ୍କ ନିକଟତର ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନର ଜନସମ୍ପର୍କ ପୋର୍ଟାଲରେ ଜନସାଧାରଣ ନିଜର ଅଭିଯୋଗ ପତ୍ର ପଠାଇ ପାରିବେ ଓ ଜିଲ୍ଲାର ବିକାଶରେ ନିଜର ମତାମତ ଦେଇ ପାରିବେ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details