ଓଡିଶା

odisha

ETV Bharat / state

ଜଗତସିଂହପୁରରେ ସାମୁହିକ ଗଣେଶ ପୂଜା ଉପରେ ରୋକ ଲଗାଇଲା ପ୍ରଶାସନ - Ganesha puja

ଜିଲ୍ଲାରେ ଆସନ୍ତା 22 ତାରିଖରେ ହେବାକୁ ଥିବା ସାମୁହିକ ଗଣେଶ ପୂଜାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପ୍ରଶାସନର ସୂଚନା ଅନୁସାରେ ଜିଲ୍ଲାରେ କୋରୋନା ଆକ୍ରାନ୍ତ, ଓ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ଜଗତସିଂହପୁରରେ ସାମୁହିକ ଗଣେଶ ପୂଜା ଉପରେ ରୋକ ଲଗାଇଲା ପ୍ରଶାସନ
ଜଗତସିଂହପୁରରେ ସାମୁହିକ ଗଣେଶ ପୂଜା ଉପରେ ରୋକ ଲଗାଇଲା ପ୍ରଶାସନ

By

Published : Aug 17, 2020, 9:59 PM IST

ଜଗତସିଂହପୁର: ଜିଲ୍ଲାରେ ଆସନ୍ତା 22 ତାରିଖରେ ହେବାକୁ ଥିବା ସାମୁହିକ ଗଣେଶ ପୂଜାକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ଆଜି ବିଜ୍ଞପ୍ତି ଜାରି କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ପ୍ରଶାସନର ସୂଚନା ଅନୁସାରେ ଜିଲ୍ଲାରେ କୋରୋନା ଆକ୍ରାନ୍ତ, ଓ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ଜଗତସିଂହପୁରରେ ସାମୁହିକ ଗଣେଶ ପୂଜା ଉପରେ ରୋକ ଲଗାଇଲା ପ୍ରଶାସନ

ବିଭିନ୍ନ ସ୍କୁଲ, କଲେଜ, କ୍ଲବ, ବିଭିନ୍ନ ପୂଜା ମଣ୍ଡପରେ ସାମୁହିକ ପୂଜା ଗୁଡିକ ବନ୍ଦ ରହିବ। ଜିଲ୍ଲାବାସୀ ନିଜ ଘରେ ଗଜାନନଙ୍କ ପୂଜା କରିପାରିବେ। ଜଗତସିଂହପୁର ସହରରେ ସମସ୍ତ ପୂଜା ମଣ୍ଡପ ଗୁଡିକ ଚଳିତ ବର୍ଷ ପୂଜା ନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାମୁହିକ ପୂଜା, ପ୍ରସେସନ, ମାଇକି ,ଲାଇଟି ଟେଣ୍ଡକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଜିଲ୍ଲାବାସୀ କୋଭିଡ ଗାଇଡ଼ ଲାଇନ ମାନି ନିଜ ଘରେ ପୂଜା ଆରାଧନା କରିବାକୁ ପ୍ରଶାସନ ଅନୁରୋଧ କରିଛି।

ଜଗତସିଂହପୁରରେ ସାମୁହିକ ଗଣେଶ ପୂଜା ଉପରେ ରୋକ ଲଗାଇଲା ପ୍ରଶାସନ
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details