ଜଗତସିଂହପୁର:ବିରିଡି ତହସିଲ ଅନ୍ତର୍ଗତ ମଜୁରାଇ ପଞ୍ଚାୟତ ନିକଟରେ ପ୍ରବାହିତ ହଂସୁଆ ନଦୀରୁ ବେଆଇନ ମାଟି ଖନନ କରାଯାଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ଅଭିଯୋଗ ଅନୁସାରେ ବିରିଡି ତହସିଲ ଅନ୍ତର୍ଗତ ମଜୁରାୟି ପଞ୍ଚାୟତ ନିକଟରେ ପ୍ରବାହିତ ହେଉଥିବା ହଂସୁଆ ନଦୀର ପୋଲତଳୁ ରାତି ଅଧିଆ ମାଟି ଖୋଳାଯାଇ ବିକ୍ରି କରାଯାଉଛି । କେତେକ ପ୍ରଭାବଶାଳୀ ଲୋକଙ୍କ ସହ ମାଟି ମାଫିଆମାନେ ସାମିଲ ହୋଇ ଏଭଳି କାର୍ଯ୍ୟ କରୁଥିବା ଗ୍ରାମବାସୀମାନେ କହିଛନ୍ତି । ସ୍ଥାନୀୟ ଲୋକେ ଭୟରେ ପାଟି ଖୋଲୁ ନଥିବା ବେଳେ କେତେଜଣ ବିରିଡି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି ।