ଓଡିଶା

odisha

ETV Bharat / state

ପାରାଦ୍ବୀପ ବେଳାଭୂମିରେ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ - ବାଲି ମାଫିଆଙ୍କ ରାଜ୍

ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଠାରୁ ବନ୍ଦର ର ୫ ନମ୍ବର ଗେଟ୍ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ବାଲି ମାଫିଆଙ୍କ ରାଜ୍ । ଟ୍ରାକ୍ଟର ଓ ଡମ୍ପର ଗାଡ଼ି ଦ୍ବାରା ଲୁଟି ନେଉଛନ୍ତି ଟ୍ରିପ ଟ୍ରିପ ବାଲି। ଅଧିକ ପଢନ୍ତୁ...

ପାରାଦ୍ବୀପ ବେଳାଭୂମିରୁ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ
ପାରାଦ୍ବୀପ ବେଳାଭୂମିରୁ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ

By

Published : Mar 16, 2021, 8:25 AM IST

ଜଗତସିଂହପୁର: ପାରାଦ୍ଵୀପ- ସମୁଦ୍ର ବେଳାଭୂମିରୁ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ। ରାତି ୧୨ ଟା ପରେ ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଠାରୁ ବନ୍ଦର ର ୫ ନମ୍ବର ଗେଟ୍ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ବାଲି ମାଫିଆଙ୍କ ରାଜ୍ । ଟ୍ରାକ୍ଟର ଓ ଡମ୍ପର ଗାଡ଼ି ଦ୍ବାରା ଲୁଟି ନେଉଛନ୍ତି ଟ୍ରିପ ଟ୍ରିପ ବାଲି।

ସିଆରଜେଡ ଆଇନ୍ ଅନୁଯାୟୀ ସମୁଦ୍ର କୂଳରୁ ବାଲି ଉଠାଇବା ବେଆଇନ। ଏଥିପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ସ୍ବତନ୍ତ୍ର ଟ୍ରିବୁନାଲ ଙ୍କ ନିର୍ଦେଶନାମା ରହିଛି, କିନ୍ତୁ ବିନା କାଗଜ ପତ୍ର ରେ ରାତିରେ ସମସ୍ତେ ଶୋଇପଡିବା ପରେ ଏହି ବାଲି ମାଫିଆ ଲୁଟୁଛନ୍ତି ବାଲି।

ବେଳାଭୂମିରୁ ଚାଲିଛି ବାଲି ଲୁଟ୍। ଟ୍ରାକ୍ଟର ଲାଗିଛି , ଲୋଡ୍ କରୁଛନ୍ତି ଲେବର । ଏହି ଶ୍ରମିକ ମାନଙ୍କୁ ଟ୍ରିପ ପିଛା ୪୦୦ ଟଙ୍କା ଦେଉଛନ୍ତି ବାଲି ମାଫିଆ। ଏ ସମ୍ପର୍କରେ ଆମେ ଜାଣିବା ପରେ ଆମେ ରାତି ୨ ଟା ସମୟରେ ଘଟଣାସ୍ଥଳରେ ପହଞ୍ଚିବା ଥିଲୁ। କିନ୍ତୁ କ୍ୟାମେରା ଦେଖି ବାଲି ମାଫିଆ ମାନେ ପଳାଇ ଯାଇଥିଲେ। ଅନବରତ ପୋଲିସ ପାଟ୍ରୋଲିଂ କରୁଛି ମାତ୍ର ଏହା ଉପରେ କିପରି ନଜର ପଡୁନାହିଁ ଏହାକୁ ନେଇ ପ୍ରଶ୍ନ ଉଠିଛି।

ପାରାଦ୍ବୀପ ବେଳାଭୂମିରୁ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ

ଏପରିକି ଏହି ଅଞ୍ଚଳ ଦାୟୀତ୍ବ ରେ ଥିବା ରାଜସ୍ବ ନିରୀକ୍ଷକ ମଧ୍ୟ ଏହାର ଟେର ପାଇ ପାରୁନାହାଁନ୍ତି। ଏ ସମ୍ପର୍କରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଚାରାଯିବାରୁ ଏହାକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details