ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅନ୍ତର୍ଗତ ମହାନଦୀର କଲଦୀପ ମୌଜା ନିକଟରେ ଚାଲିଛି ବେଆଇନ ବାଲି ଚାଲାଣ (Illegal sand smuggling)। ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି । ମିଳିଥିବା ସୂଚନା ଅନୁଯାୟୀ କଲଦୀପ ମୌଜାର ଖାତା ନଂ -୨୦୪ ର ମୋଟ ୬ଏକର ୪୫ ଡ଼ିସିମିଲ ଜମିରୁ ବାର୍ଷିକ ୧୦,୨୦୬ କ୍ୟୁବିକ ମିଟର ବାଲି ଉଠାଇବାକୁ ଅନୁମତି ଦିଆଯାଇଛି । ହେଲେ ନିଲାମ ଧରି କଲଦୀପ ମୌଜା ସମେତ ପଥୁରିଆ, ଅଗପାଳ,ପରମାନନ୍ଦ ପୁର,ଆଦି ୫୦ ଏକାରରୁ ଅଧିକ ଅଞ୍ଚଳରୁ ବାଲି ଉଠାଣ ହେଉଥିବା ଅଭିଯୋଗ କରିଛନ୍ତି ।
ବେଆଇନ ବାଲି ଉଠାଣ ଯୋଗୁଁ ଚାଷ ଜମି, ଗ୍ରାମ୍ୟ ଜଙ୍ଗଲ ସମେତ ଓ ନଦୀ କୂଳିଆ ଗାଁ ଗୁଡିକ ପ୍ରତି ବିପଦ ସୃଷ୍ଟି ହେଉଛି । ଏ ସମ୍ପର୍କରେ କୁଜଙ୍ଗ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଲିଜରୁ ଅଧିକ ସ୍ଥାନରୁ ବାଲି ଉଠଣ ହେଉଥିବାର ଦୃଷ୍ଟିକୁ ଆସିବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ତହସିଲଦାର ପ୍ରକାଶ କରିଛନ୍ତି ।