ଓଡିଶା

odisha

ETV Bharat / state

ମାଫିଆଙ୍କ କବଜାରେ ଆଳିପିଙ୍ଗଳ ବାଲିଘାଟ, କ୍ଷତିରେ ରାଜସ୍ବ ବିଭାଗ - ବାଲି ମାଫିଆ

ଆଳିପିଙ୍ଗଳ ବାଲିଘାଟରୁ ବେଆଇନ ବାଲି ଉଠାଇ ଶହଶହ ଟ୍ରକରେ ବାଲି ଗଚ୍ଛିତ ଥିବା ଅଭିଯୋଗ ହୋଇଛି । ବାଲି ମାଫିଆଙ୍କ ଏହି କାରବାରକୁ ଦେଖି ନୀରବଦ୍ରଷ୍ଟା ସାଜିିଛି ପ୍ରଶାସନ । ଅଧିକାରୀଙ୍କ ଏହି ବେପରୁଆ ମନୋଭାବ କାରଣରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Aug 20, 2019, 10:55 PM IST

ଜଗତସିଂହପୁର: ଆଳିପିଙ୍ଗଳ ବାଲିଘାଟରୁ ବେଆଇନ ବାଲି ଉଠାଇ ଶହଶହ ଟ୍ରକରେ ବାଲି ଗଚ୍ଛିତ ଥିବା ଅଭିଯୋଗ ହୋଇଛି । ଗଚ୍ଛିତ ଏହି ବେଆଇନ ବାଲିକୁ ଦିନ ଦ୍ବିପ୍ରହରେ ବେଧଡକ ଭାବେ ଚାଲାଣ କରାଯାଉଛି । କିନ୍ତୁ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଜାଣି ପୂର୍ବରୁ ଶହ ଶହ ଟ୍ରକରେ ବାଲିକୁ ଆଳିପିଙ୍ଗଳ ଜେଲ ସାମନାରେ ଥିବା ସରକାରୀ ଜମି, ସରକାରୀ ଆମ୍ବ ତୋଟା ଓ ଯଶବନ୍ତପୁର ରାସ୍ତା କଡରେ ରଖାଯାଇଥିଲା । ବାଲି ଏକ ଲଘୁଖଣିଜ ସମ୍ପଦ ହୋଇଥିବାବେଳେ ଏହାର ସୁରକ୍ଷା ଓ ସଂରକ୍ଷଣ ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ରହିଛି । କିନ୍ତୁ କିଛି ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ପ୍ରରୋଚନାରେ ବାଲି ମାଫିଆ ସକ୍ରିୟ ହୋଇ ଉଠୁଛନ୍ତି । ବାଲି ମାଫିଆ ଅନ୍ୟ ଜଣକ ନାମରେ ଟେଣ୍ଡର ଆଣି ନିଜେ ସଦର ତହସିଲର ଆଳିପିଙ୍ଗଳ ଓ ମୁଣ୍ଡିଲ ବାଲିଘାଟକୁ ନିୟନ୍ତ୍ରଣ କରୁଛି । ମାତ୍ର ଏହି ଦୁର୍ନୀତି ଦ୍ବାରା ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ।

ସରକାରୀ ନିୟମ ଅନୁସାରେ ଘାଟରୁ ଯେତିକି ବାଲି ଉଠିବା କଥା ତା ଠାରୁ ଶହେ ଗୁଣ ଅଧିକ ବାଲି ଉତ୍ତୋଳନ କରାଯାଉଛି । ବିନା ଅନୁମତିରେ ଶହ ଶହ ଟ୍ରକ ବାଲି ଉଠାଯାଇ ରଖାଯାଉଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏସମ୍ପର୍କରେ ଆମେ ଜଗତସିଂହପୁର ତହସିଲଦାର ମନୋଜ କୁମାର ଭୋଇଙ୍କୁ ପଚାରିଥିଲୁ । ମାମଲାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details