ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଥିବା IFCO କମ୍ପାନୀ ପକ୍ଷରୁ ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ଗୋସାଳାକୁ 50 କୁଇଣ୍ଟାଲ ଗୋଖାଦ୍ୟ ଦିଆଯାଇଛି । ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ପ୍ରାୟ 400ରୁ ଅଧିକ ଗାଈ ରହିଛନ୍ତି । ତେବେ ସେମାନଙ୍କ ପାଇଁ ଇଫ୍କୋ ମଙ୍ଗଳବାର ଏହି ଗୋଖାଦ୍ୟ ପଠାଇଥିବା ସୂଚନା ମିଳିଛି ।
ପୁରୀ ଗୋବର୍ଦ୍ଧନ ମଠକୁ 50 କୁଇଣ୍ଟାଲ ଗୋଖାଦ୍ୟ ପ୍ରଦାନ କଲା IFCO - ଇଫକୋ କମ୍ପାନୀ
IFCO କମ୍ପାନୀ ଗୋବର୍ଦ୍ଧନ ମଠକୁ 50 କୁଇଣ୍ଟାଲ ଗୋଖାଦ୍ୟ ଯୋଗାଇଛି । ଅଧିକ ପଢନ୍ତୁ...

ପୁରୀ ଗୋବର୍ଦ୍ଧନ ମଠକୁ 50 କୁଇଣ୍ଟାଲ ଗୋଖାଦ୍ୟ ପ୍ରଦାନ କଲା IFCO
ପୁରୀ ଗୋବର୍ଦ୍ଧନ ମଠକୁ 50 କୁଇଣ୍ଟାଲ ଗୋଖାଦ୍ୟ ପ୍ରଦାନ କଲା IFCO
ଇଫକୋ କମ୍ପାନୀ ଗୋଖାଦ୍ୟ ଯୋଗାଇବା ସହିତ ଗୋବର୍ଦ୍ଧନ ପୀଠରେ ଗୋ ସେବା କରୁଥିବା 50ରୁ ଅଧିକ କର୍ମଚାରୀଙ୍କ ପାଇଁ କୋଭିଡ କିଟ ମଧ୍ୟ କମ୍ପାନୀ ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ IFCOର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା, ଗୋବର୍ଦ୍ଧନ ପୀଠର ରାଷ୍ଟ୍ରୀୟ ସମ୍ପାଦକ ମାତୃ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଲିଙ୍ଗରାଜ ପତି, ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ