ଓଡିଶା

odisha

ETV Bharat / state

ଆଦର୍ଶ ଆଶିଷ, ଚାକିରି ଛାଡି କରୁଛନ୍ତି ବିନା ମାଟିରେ ଚାଷ

ରାଜ୍ୟର ପ୍ରଥମ କରି ଜଗତସିଂହପୁରର ଆଶିଷ ମହାନ୍ତି 'ଲିଫ ଭେଜିଟେବୁଲ' ଚାଷ ଆରମ୍ଭ କରିଛନ୍ତି । ଏଥିରେ ସେ ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟକୁ ମଧ୍ୟ୍ୟ ପ୍ରେରଣା ଯୋଗାଉଛନ୍ତି। ଅଧିକ ପଢନ୍ତୁ...

By

Published : Nov 24, 2020, 6:29 AM IST

ବିନା ମାଟିରେ ଗଛ, ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରରଣାର ଉତ୍ସ
ବିନା ମାଟିରେ ଗଛ, ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରରଣାର ଉତ୍ସ

ଜଗତସିଂହପୁର: ବିନା ମାଟିରେ ଚାଷ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କରି ଦେଖାଇଛନ୍ତି ଜଗତସିଂହପୁର ସୁଜଙ୍ଗ ଗାଁର 29 ବର୍ଷୀୟ ଆଶିଷ କୁମାର ମହାନ୍ତି। ରସାୟନ ବିଜ୍ଞାନରେ ଏସଏସସି ପାସ କରିବା ପରେ ଏକ ଘରୋଇ କମ୍ପାନୀରେ ପ୍ରଡକ୍ସନ ଅଫିସର ଭାବେ କାମ କରୁଥିଲେ ସେ । ହେଲେ ମୋଟା ଅଙ୍କର ଦରମାକୁ ପଛରେ ପକାଇ ରାଜ୍ୟରେ ପ୍ରଥମ କରି କେବଳ ପାଣିରେ ହେଉଥିବା ହାଇଡ୍ରୋପୋନିକ ପ୍ରଣାଳୀରେ 'ଲିଫ ଭେଜିଟେବୁଲ' ଚାଷ ଆରମ୍ଭ କରିଛନ୍ତି ଆଶିଷ ।

ବିନା ମାଟିରେ ଗଛ, ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରରଣାର ଉତ୍ସ

ସେ ଲିଫ, ଲେଟ୍ୟୁସ, ସିଲେରି, ବେସିଲ, ଚେଲିପେପର, ଚେଲି ଟମାଟୋ ଓ ବ୍ରୋଜିଲ ଭଳି ବିଭିନ୍ନ କିସମର ହାଇଡ୍ରୋ ଭ୍ୟାଲି ପ୍ରସ୍ତୁତ କରିଛନ୍ତି । ବିନା କେମିକାଲ ଓ କମ ପାଣିରେ ବଢୁଛନ୍ତି ଏହି ଗଛ। ଯେଉଁଥିରେ ପ୍ରଚୁର ପରିମାଣର ଭିଟାମିନ-ସି ରହିଛି। ବଡ ବଡ ହୋଟେଲ ଗୁଡିକରେ ଏହାର ଚାହିଦା ଢେର ଅଧିକ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details