ଓଡିଶା

odisha

ETV Bharat / state

ନାଉଙ୍ଗାର ଅନୁପ ଦାସ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ, ଜିଲ୍ଲାରେ ଖୁସିର ଲହରୀ - ବିଶ୍ବ ରଞ୍ଜନ ଭୋଳ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ

ପ୍ରକାଶ ପାଇଛି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ । ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢି଼ଆ ଗ୍ରାମର ସ୍ବର୍ଗତ ନୃସିଂହ ଚରଣ ଦାସଙ୍କ ପୁଅ ଅନୁପ ଦାସ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ 120 ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

IAS Result: Jagatsinghpur's Anup Das qualify in 120th rank
ନାଉଙ୍ଗାର ଅନୁପ ଦାସ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ, ଜିଲ୍ଲାରେ ଖୁସିର ଲହରୀ

By

Published : Aug 4, 2020, 9:18 PM IST

ଜଗତସିଂହପୁର:ପ୍ରକାଶ ପାଇଛି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ । ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢି଼ଆ ଗ୍ରାମର ସ୍ବର୍ଗତ ନୃସିଂହ ଚରଣ ଦାସଙ୍କ ପୁଅ ଅନୁପ ଦାସ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ 120 ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଅନୁପ ନିଜ ଗାଁ କୋକିଢି଼ଆ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗାଁ ହାଇସ୍କୁଲ ଓ ପରେ ଜଗତସିଂହପୁର ସ୍ଵାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ମଧ୍ୟବିତ୍ତ ପରିବାରରେ ଜନ୍ମ ଅନୁପ, ପିଲାବେଳୁ ମେଧାବୀ ଛାତ୍ର ଥିଲେ।

ସଂଘର୍ଷରୁ ସଫଳତା । ବହୁ ଆର୍ଥିକ ଅନାଟନ ଭିତରେ ସଂଘର୍ଷ କରି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ଅନୁପ । ତେବେ ଅନୁପଙ୍କ ଏହି ସଫଳତା ପଛରେ ବାପାଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି । ମାତ୍ର ପୁଅ ସଫଳତା ପାଇବା ପୂର୍ବରୁ ବାପା ନୃସିଂହ ଚରଣ ଦାସ ସ୍ବର୍ଗବାସୀ ହୋଇସାରିଛନ୍ତି । ଗତ ଜୁଲାଇ 10 ତାରିଖରେ ତାଙ୍କର ପରଲୋକ ହୋଇଥିଲା। ବର୍ତ୍ତମାନ ଅନୁପ ଦିଲ୍ଲୀରେ ଥାଇ ଜିଲ୍ଲା ବାସୀଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଛନ୍ତି।

ସେହିଭଳି ଜଗତସିଂହପୁର ବ୍ଳକ ଅନ୍ତର୍ଗତ ଏକ ବାରୁଆ ଗ୍ରାମର ଓ ଅନ୍ୟଜଣେ ମେଧାବି ଛାତ୍ର ବିଶ୍ବ ରଞ୍ଜନ ଭୋଳ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details