ଜଗତସିଂହପୁର : ଜିଲ୍ଲାର ଏରସମା ବ୍ଲକରେ ହାଇଦ୍ରାବାଦ-ପାରାଦୀପ ପାଇପ ଲାଇନକୁ ନେଇ ପୁଣି ଅଶାନ୍ତ ହୋଇ ପଡିଛି ଢିଙ୍କିଆ ପଞ୍ଚାୟତ। ପଞ୍ଚାୟତ ଶତାଧିକ ଲୋକେ ଆଜି (ମଙ୍ଗଳବାର) ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ଏହାପରେ ସ୍ଥାନୀୟ ପ୍ରକଳ୍ପ ଠାରେ ପହଞ୍ଚି ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଏହି ପ୍ରକଳ୍ପରୁ ପ୍ରଶାସନ ଓ ଆଇଓସିଏଲ କତ୍ତୃପକ୍ଷ ଏଥିରୁ ନିବୃତ ହେବା ପାଇଁ ଦାବି କରିଛନ୍ତି ।
ହାଇଦ୍ରାବାଦ ପାରାଦୀପ ପାଇପ ଲାଇନ ବିଛାକୁ ନେଇ ବିକ୍ଷୋଭ - ଜଗତସିଂହପୁର ଖବର
ହାଇଦ୍ରାବାଦ ପାରାଦୀପ ପାଇପ ଲାଇନ ବିଛାକୁ ନେଇ ବିକ୍ଷୋଭ । ତାତିଲେ ସ୍ଥାନୀୟ ଲୋକେ । ପ୍ରର୍ଦଶନ କଲେ ବିକ୍ଷୋଭ । ଅଧିକ ପଢନ୍ତୁ...
ହାଇଦ୍ରାବାଦ ପାରାଦୀପ ପାଇପ ଲାଇନ ବିଛାକୁ ନେଇ ବିକ୍ଷୋଭ
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ଆଇଓସି ଏଲ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପଞ୍ଚାୟତବାସୀଙ୍କ ସହ ଆଲୋଚନା ନ କରି ଗୋଚର ଜମିରେ ଜବର ଦଖଲ କରି ପାଇପ ଲାଇନ ବିଛାଉଛି। ଫଳରେ ସ୍ଥାନୀୟ ଗ୍ରାମବାସୀ ଏଥିରେ ପ୍ରଭାବିତ ହେବାକୁ ଯାଉଛନ୍ତି। ଏପରି କି କମ୍ପାନୀ କତ୍ତୃପକ୍ଷ ଗ୍ରାମବାସୀଙ୍କ ନିଜସ୍ବ ଜମିରେ ପାଇପ ଲାଇନ ନେଉଥିବା ଅଭିଯୋଗ କରିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ