ଜଗତସିଂହପୁର:ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଇଳୋ ଗ୍ରାମରେ ଚାଞ୍ଚଲ୍ୟ । କାରଣ ଉକ୍ତ ସ୍ଥାନରେ ଧାନ ଗହୀର ବିଲରେ ମିଳିଛି ନର କଙ୍କାଳ । ଯାହାକୁ ଦେଖି ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ମୃତଦେହଟି ୩ରୁ ୪ ମାସ ତଳର ହୋଇଥିବା ଅନୁମାନ କରାଯାଉଛି ।
ନରକଙ୍କାଳ ଦେହରେ ଲୁଙ୍ଗି ଥିବା ବେଳେ ମୃତଦେହର ଅବଶିଷ୍ଟ ଅଂଶ ମାଟିରେ ମିଶି ପଡି଼ ରହିଛି । ସକାଳୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ଲୋକ ଏହି କଙ୍କାଳକୁ ଦେଖିବାକୁ ପାଇଥିଲେ । ନରକଙ୍କାଳ ପରିଚୟ ଜଣାପଡିନଥିବା ବେଳେ ଏହା ଜଣେ ବୟସ୍କଙ୍କ ଭଳି ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କଙ୍କାଳ ଦେଖିବାକୁ ଉକ୍ତ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।