ଓଡିଶା

odisha

ETV Bharat / state

ନିଶା ନିବାରଣ ପାଇଁ ମହିଳାଙ୍କ ମାନବ ଶୃଙ୍ଖଳ - ଜଗତସିଂହପୁର ନ୍ୟୁଜ

ଗାନ୍ଧୀ ଜୟନ୍ତୀ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଠାରେ ନିଶା ନିବାରଣ ପାଇଁ ହଜାର ହଜାର ମହିଳାଙ୍କ ମାନବ ଶୃଙ୍ଖଳ କରାଯାଇଥିଲା । ଅଧିକ ପଢନ୍ତୁ

human chain for drug prevention
human chain for drug prevention

By ETV Bharat Odisha Team

Published : Oct 3, 2023, 7:33 AM IST

human chain for drug prevention

ଜଗତସିଂହପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଠାରେ ନିଶା ନିବାରଣ ପାଇଁ ହଜାର ହଜାର ମହିଳାଙ୍କ ମାନବ ଶୃଙ୍ଖଳ କରାଯାଇଥିବା ଦେଖିବାକୁ ମିଳିଥିଲା । ମହିଳାମାନେ ହାତରେ ପ୍ଲାକାର୍ଡ ଧରି ପାରାଦ୍ୱୀପର ମୁଖ୍ୟ ରାସ୍ତା ଉପରେ ମାନବ ଶୃଙ୍ଖଳ କରିଥିଲେ । କଳିଙ୍ଗ ଓମେନ୍ସ ପାୱାର ସଂଗଠନ ପକ୍ଷରୁ ଏହି ମାନବ ଶୃଙ୍ଖଳ କରାଯାଇଥିଲା ।

ଏନେଇ ସଂଗଠନର ସଭାପତି ମନୋରମା ଖଟୁଆ କହିଛନ୍ତି ଯେ, ରାଜ୍ୟର ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକେ ଏବେ ନିଶା କବଳରେ ପଡିଛନ୍ତି । ରାଜ୍ୟ ସରକାର ନିଶାକୁ ପ୍ରୋତ୍ସାହିତ କରୁଛନ୍ତି । ରାଜସ୍ବ ବଢାଇବା ପାଇଁ ନିଶା ସରକାରଙ୍କର ପ୍ରମୁଖ ରୋଜଗାରର ପନ୍ଥା ପାଲଟିଛି । ଫଳରେ ନିଶା କବଳରେ ପଡି ହଜାର ହଜାର ପରିବାର ଉଜୁଡି ଯାଉଛି । ସେହିପରି ନିଶାରୁ ରାଜସ୍ବ ହାସଲ କରି ଏହି ଅର୍ଥକୁ ନିର୍ବାଚନରେ ବିନିଯୋଗ କରାଯାଉଛି । ତେବେ ଏହା କିଭଳି ଗଣତାନ୍ତ୍ରିକ ପରମ୍ପରା ବୋଲି ମନୋରମା ଖଟୁଆ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ ବଞ୍ଚାଇବାକୁ ମାନବ ଶୃଙ୍ଖଳ

ଏହା ମଧ୍ୟ ପଢନ୍ତୁ - କର୍କଟ ରୋଗ ସଚେତନତା ନେଇ ବିଶାଳ ମାନବ ଶୃଙ୍ଖଳ

ସେ ଆହୁରିମଧ୍ୟ କହିଛନ୍ତି ଯେ, ପାରାଦ୍ୱୀପ ଏବେ ନିଶାର ହବ ପାଲଟିଛି । ପାରାଦ୍ୱୀପର ଗଳି ଗଳିରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିଛି । ଫଳରେ ନିଶା ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଚଉ ମୁଁହାଣୀ ଠାରୁ ଦୋ ଛକି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଏଥିରେ ପୁଣି ଟ୍ରକ ଡ୍ରାଇଭରମାନେ ନିଶା ଖାଇ ଗାଡି ଚଳାଉଥିବା ଯୋଗୁଁ ପ୍ରତ୍ୟେକ ଦିନ ମୂଲ୍ୟବାନ ଜୀବନ ଗାଡି ଚକ ତଳେ ଯାଉଛି । ହେଲେ ଏଥିପ୍ରତି କିନ୍ତୁ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି । ତେଣୁ ଆଗାମୀ ଦିନରେ ପାରାଦ୍ୱୀପକୁ ନିଶାମୁକ୍ତ କରିବା ମହିଳା ସଂଗଠନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ସେହିପରି ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଉ ମୁଁହାଣୀ ଠାରୁ ଦୋ ଛକି ପର୍ଯ୍ୟନ୍ତ ରାସ୍ତାକୁ ମରାମତି ନ କରାଯାଇଛି ତେବେ ପାରାଦ୍ୱୀପର ହଜାର ହଜାର ମହିଳା ରାଜରାସ୍ତାକୁ ଓଲ୍ହାଇବା ସହିତ ରାସ୍ତା ଅବରୋଧ କରିବାକୁ ଚେତାବନି ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details