ଓଡିଶା

odisha

By ETV Bharat Odisha Team

Published : Dec 1, 2023, 5:40 PM IST

ETV Bharat / state

ପାରାଦୀପ ବନ୍ଦରରେ ଧଳା ଜହର କାରବାର ! ଜାହାଜରୁ ୨୦୦ କୋଟିର କୋକେନ୍ ଜବତ

ପାରାଦୀପ ବନ୍ଦରରୁ ଜବତ ହେଲା ଧଳା ଜହର । ପି.ଆଇ.ସି.ଟି ବର୍ଥରେ ଥିବା MV DEBI ନାମକ ଜାହାଜରୁ ୨୨ ପ୍ୟାକଟ୍‌ କୋକେନ୍‌ ଜବତ । ଅଧିକ ପଢ଼ନ୍ତୁ

ଜାହାଜରୁ ୨୦୦ କୋଟି ଟଙ୍କାର କୋକିନ୍‌ ଜବତ
ଜାହାଜରୁ ୨୦୦ କୋଟି ଟଙ୍କାର କୋକିନ୍‌ ଜବତ

ଜାହାଜରୁ ୨୦୦ କୋଟି ଟଙ୍କାର କୋକିନ୍‌ ଜବତ

ପାରାଦୀପ: ପି.ଆଇ.ସି.ଟି ବର୍ଥରେ ଥିବା ଜାହାଜରୁ ୨୦୦ କୋଟିରୁ ଅଧିକ ଟଙ୍କାର ଧଳା ଜହର ଜବତ । ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଖବର । MV DEBI ନାମକ ଜାହାଜରୁ ୨୨ ପ୍ୟାକଟ୍‌ କୋକେନ୍‌ ଜବତ ହୋଇଥିବା ସୂଚନା ମିଳିଛି । ଏହାର ଆନ୍ତର୍ଜାତିକ ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ସ୍ପଷ୍ଟ କରିବ କଷ୍ଟମ୍ସ ବିଭାଗ । ତେବେ ଭୁବନେଶ୍ବରରୁ କଷ୍ଟମ୍ସ ବିଭାଗର ଲାବୋରେଟୋରୀ ଟିମ୍‌ ଆସି ଟେଷ୍ଟ କରିବା ପରେ ଏହା କୋକେନ୍ ବୋଲି ସ୍ପଷ୍ଟ ହୋଇଥିବା ଖବର ମିଳିଛି । ଭାରତରେ ନିସିଦ୍ଧ କୋକେନ ଜାହାଜରେ ଆସୁଥିବା କୌଣସି ସୂତ୍ରରୁ ଖବର ମିଳିବା ପରେ କଷ୍ଟମ୍ସ ଓ CISF ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ନିସିଦ୍ଧ ଡ୍ରଗ୍ସ ଥିବା ଜଣାପଡିବା ପରେ ଅଧିକ ଖୋଳତାଡ଼ କରାଯାଇଥିଲା । ପରେ ସେହି ଜାହାଜ ମଧ୍ୟରୁ ୨୨ ପ୍ୟାକେଟ୍‌ କୋକେନ ଡ୍ରଗ୍ସ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ MV DEBI ନାମକ ଏକ ଜାହାଜ ପ୍ରଥମେ ଇଜିପ୍ଟ ପରେ ଇଣ୍ଡୋନେସିଆ ଓ ସେଠାରୁ ପାରାଦୀପ ବନ୍ଦରରେ ପହଞ୍ଚିଥିଲା । ପାରାଦୀପ ବନ୍ଦରରୁ ଷ୍ଟିଲ୍‌ ପ୍ଲେଟ୍‌ ନେଇ ଡେନ୍‌ମାର୍କ ଯାଇଥାନ୍ତା । ଷ୍ଟିଲ୍‌ ପ୍ଲେଟ୍‌ ଲୋଡ଼ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ କୌଣସି ସୂତ୍ରରୁ ଏହି ଜାହାଜରେ କୋକେନ ଥିବା ଖବର କଷ୍ଟମ୍ସ ବିଭାଗ ନିକଟକୁ ଆସିଥିଲା । ଖବର ପାଇ CISF, ତଟରକ୍ଷୀ ବାହିନୀ ଓ ପୋଲିସ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଜାହାଜରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ଦୁଇଘଣ୍ଟା କାଳ ସର୍ଚ୍ଚ ଅପରେସନ କରିବା ପରେ ପ୍ରଥମେ ୧୦ଟି ପ୍ୟାକେଟ୍‌ରେ ଥିବା କୋକନ ଡ୍ରଗ୍ସ ପାଇଥିଲେ । ଆଜି ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଜାହାଜକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା । ଏହାପରେ ସମୁଦାୟ ୨୨ ପ୍ୟାକେଟ୍‌ କୋକେନ ଜବତ ହୋଇଛି । ପରେ ଜାହାଜରେ ଥିବା କର୍ମଚାରୀଙ୍କୁ ତଦନ୍ତକାରୀ ସଂସ୍ଥା ଦ୍ବାରା ଅଧିକ ପଚରାଉଚାର କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ମାର୍ଶାଘାଇରୁ ଧଳାଜହର ଜବତ, ୫ ଗିରଫ

ଅନ୍ୟପଟେ ଜବତ ହୋଇଥିବା ସମସ୍ତ ୨୨ ପ୍ୟାକେଟ୍‌ କୋକେନର ଆନ୍ତର୍ଜାତିକ ମୂଲ୍ୟ ୨୦୦ କୋଟି ଟଙ୍କା ହେବ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ସୂଚନାଯୋଗ୍ୟ, MV DEBI ନାମକ ଏହି ଜାହାଜଟି ଇଣ୍ଡୋନେସିଆର ଗ୍ରେସିକ୍‌ ବନ୍ଦରରୁ ପାରାଦୀପ ବନ୍ଦରକୁ ଆସିଥିଲା । ପାରାଦୀପ ବନ୍ଦରରୁ ଷ୍ଟିଲ୍‌ ପ୍ଲେଟ୍‌ ନେଇ ଏଠାରୁ ଡେନ୍‌ମାର୍କ ଯାଇଥାନ୍ତା । ହେଲେ ଏହାରି ଭିତରେ ପାରାଦୀପରେ ପହଞ୍ଚିଥିବା ଏହି ଧଳା ଜହର କେଉଁଠାରୁ ଆସିଲା ଓ କେଉଁଠାକୁ ଯାଇଥାନ୍ତା, ସେନେଇ ପାରାଦୀପରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏଭଳି ବ୍ୟବସାୟ ପାରାଦୀପ ବନ୍ଦର ଦେଇ ଦେଶ ବିଦେଶରେ କାରବାର କରାଯାଉଥିବା ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details