ଓଡିଶା

odisha

ETV Bharat / state

କଳିଙ୍ଗ ବାଲିଯାତ୍ରା ପଞ୍ଚମ ସନ୍ଧ୍ୟାରେ ପ୍ରବଳ ଭିଡ - କଳିଙ୍ଗ ବାଲିଯାତ୍ରା

କଳିଙ୍ଗ ବାଲିଯାତ୍ରାର ପଞ୍ଚମ ଦିନ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ବାଲିଯାତ୍ରାକୁ ଆଉ ଦୁଇଦିନ ବାକିଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବା ଅମୁମାନ କରାଯାଉଛି ।

କଳିଙ୍ଗ ବାଲିଯାତ୍ରା ପଞ୍ଚମ ସନ୍ଧ୍ୟାରେ ପ୍ରବଳ ଭିଡ
କଳିଙ୍ଗ ବାଲିଯାତ୍ରା ପଞ୍ଚମ ସନ୍ଧ୍ୟାରେ ପ୍ରବଳ ଭିଡ

By

Published : Nov 13, 2022, 9:38 AM IST

ଜଗତସିଂହପୁର: ପାରାଦ୍ୱୀପ ବେଳାଭୂମିରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଚଟପଟି ଖାଦ୍ୟ ସାଙ୍ଗକୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ଆକୃଷ୍ଟ କରିଛି । ବାଲିଯାତ୍ରାର ପଞ୍ଚମ ଦିନ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ଯାତ୍ରାକୁ ଆଉ ଦୁଇଦିନ ବାକିଥିବାରୁ ପ୍ରବଳ ଲୋକଙ୍କ ସମାଗମ ହେବା ଅମୁମାନ କରାଯାଉଛି ।

କୋରୋନା ନିୟନ୍ତ୍ରଣକୁ ଆସିବା ପରେ କଟକଣା କୋହଳ ପରେ ଚଳିତ ବର୍ଷ କଳିଙ୍କ ବାଲିଯାତ୍ରା ଆୟୋଜିତ ହୋଇଛି । ଲୋକଙ୍କ ମନକୁ ବେଶ ଛୁଇଁଛି ଯାତ୍ରା । ସୁଦୂର କୋଲକାତା, ମହାରାଷ୍ଟ୍ର, ରାଜସ୍ଥାନ ଆଦି ଅଞ୍ଚଳରୁ ଆସିଥିବା ବିଭିନ୍ନ ଷ୍ଟଲରେ ପ୍ରବଳ ଭିଡ ହେଉଛି । ସେହିପରି ଓରମାସ ପକ୍ଷରୁ ଆୟୋଜିତ ଟେରାକୋଟା କାମର ଘର କରଣା ସାମଗ୍ରୀର ପସରା ମେଲିଛି । ଯାହାକୁ କିଣିବା ପାଇଁ ଖାଲି ଜଗତସିଂହପୁର କାହିଁକି ପୁରୀ, କେନ୍ଦ୍ରାପଡା, ଯାଜପୁର ଆଦି ଜିଲ୍ଲାରୁ ଲୋକ ଆସିଥିବା ଦେଖିବାକୁ ମିଳିଛି ।

କଳିଙ୍ଗ ବାଲିଯାତ୍ରା ପଞ୍ଚମ ସନ୍ଧ୍ୟାରେ ପ୍ରବଳ ଭିଡ

ପଞ୍ଚମ ସନ୍ଧ୍ୟାରେ ପ୍ରାୟ 30 ହଜାରରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ପରିବାର ସାଙ୍ଗସାଥୀଙ୍କ ସହ ଆସି ବିଲାଯାତ୍ରାରେ ମଜା ନେଇଛନ୍ତି ଦର୍ଶକ । ଚଟପଟା ଖାଦ୍ୟ ସହ ଭଳି କି ଘର କରଣା ଜିନିଷର ପସରା ଦେଖିବାକୁ ମିଳିଛି । କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସମସ୍ତଙ୍କ ମନ ମୋହିଥିଲା ।

ଏହା ବି ପଢନ୍ତୁ...ଜନସମୁଦ୍ରରେ ପରିଣତ ବାଲିଯାତ୍ରା ପଡ଼ିଆ, ପଞ୍ଚମ ସନ୍ଧ୍ୟାରେ 10 ଲକ୍ଷ ପାର

ଶିଳ୍ପ ନଗରୀ ପାରାଦ୍ବୀପର ବିଜୁ ମୈଦାନ ଠାରେ କଳିଙ୍ଗ ବାଲିଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି । ସାଧବ ପୁଅର ସ୍ମୁତିକୁ ମନେ ପକାଇବା ପାଇଁ ଏହିଠାରେ ଦୀର୍ଘ ଦିନରୁ ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାତ୍ରାର ଉଦଘାଟନ କରିଥିଲେ । 7 ଦିନ ଚାଲିବ ଏହି କଳିଙ୍ଗ ବାଲିଯାତ୍ରା । ସେପଟେ ଐିତିହାସିକ କଟକ ବାଲିଯାତ୍ରା ମଧ୍ୟ ଜମୁଛି । ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details