ଓଡିଶା

odisha

ETV Bharat / state

ବାହାରୁ ଆସୁନି ପନିପରିବା, ଜଗତସିଂହପୁରରେ ପରିବା ଦର ଆକାଶ ଛୁଆଁ - Lock down effect

ଜିଲ୍ଲାରେ ସମସ୍ତ ପ୍ରମୁଖ ପରିବା ହାଟ ଗୁଡ଼ିକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିବାରୁ ଖାଉଟି ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

hike-in-price-of-vegetables-in-jagatsinghpur-due-to-lockdown
ବାହାରୁ ଆସୁନି ପନିପରିବା, ଜଗତସିଂହପୁରରେ ପରିବା ଦର ଆକାଶ ଛୁଆଁ

By

Published : Apr 30, 2020, 8:14 PM IST

Updated : Apr 30, 2020, 8:27 PM IST

ଜଗତସିଂହପୁର: ଜିଲ୍ଲାରେ ସମସ୍ତ ପ୍ରମୁଖ ପରିବା ହାଟ ଗୁଡ଼ିକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିବାରୁ ଖାଉଟି ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । କ୍ଷୁଦ୍ର ଚାଷୀମାନେ ସେମାନଙ୍କ ଉତ୍ପାଦିତ ପନିପରିବାକୁ ନିଜ ଅଞ୍ଚଳରେ ଶାଗମାଛ ଦରରେ ବିକ୍ରି କରୁଥିବା ବେଳେ ବଜାର ଘାଟରେ ଖାଉଟି ତଟକା ପରିବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ବାହାରୁ ଆସୁନି ପନିପରିବା, ଜଗତସିଂହପୁରରେ ପରିବା ଦର ଆକାଶ ଛୁଆଁ
ବାହାରୁ ଆସୁନି ପନିପରିବା, ଜଗତସିଂହପୁରରେ ପରିବା ଦର ଆକାଶ ଛୁଆଁ

ଜିଲ୍ଲାର ପ୍ରମୁଖ ହାଟ ଗୁଡିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିବାରୁ ପନିପରିବା ଦରରେ ହଠାତ ବୃଦ୍ଧି ପାଇଛି । ପ୍ରଶାସନର ନିୟମ ଅନୁସାରେ ସକାଳ 6ଟାରୁ ଦିନ 11ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପନିପରିବା ଦୋକାନ ଖୋଲାଯାଉଛି । କିନ୍ତୁ ଲକଡାଉନ ଫଳରେ ଜିଲ୍ଲା ବାହାରୁ ଆସୁଥିବା ପନିପରିବା ଜିଲ୍ଲାକୁ ଆସିପାରୁନାହିଁ । ଯାହା ଫଳରେ ମୁନାଫା ଖୋର ବ୍ୟବସାୟୀ ମାନେ ମନଇଚ୍ଛା ଦର ବଢ଼ାଇ ବିକ୍ରି କରୁଛନ୍ତି । ଏହାକୁ ନେଇ ଖାଉଟି ମାନଙ୍କ ଅସନ୍ତୋଷ ବଢିଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 30, 2020, 8:27 PM IST

ABOUT THE AUTHOR

...view details