ଓଡିଶା

odisha

ETV Bharat / state

ନୂଆବର୍ଷରେ ମା ଶାରଳା ଓ ଗୋରେଖାନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ - ମା ଶାରଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନୂଆ ବର୍ଷ ଅବସରରେ ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ମନ୍ଦିରରେ ଆଜି ପ୍ରବଳ ଜନ ସମାଗମ ହୋଇଛି । ଅଧିକ ପଢନ୍ତୁ

ମା ଶାରଳାଙ୍କ ପୀଠ
ମା ଶାରଳାଙ୍କ ପୀଠ

By

Published : Jan 1, 2023, 4:51 PM IST

ନୂଆବର୍ଷରେ ମା ଶାରଳା ଓ ଗୋରେଖାନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର:ବିଶ୍ବକୁ ଛୁଇଁଲା ନୂଆ ବର୍ଷର ପ୍ରଥମ ସୂର୍ଯ୍ୟ । ନୂଆ ଆଶା, ନୂଆ ସମ୍ଭାବନା ନେଇ 2023କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ମନ୍ଦିରରେ ଆଜି(ରବିବାର) ପ୍ରବଳ ଜନ ସମାଗମ ହୋଇଛି । ସକାଳୁସକାଳୁ ମାଆଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ହଜାରହଜାର ଶ୍ରଦ୍ଧାଳୁ ବର୍ଷର ଆରମ୍ଭରେ ମା ଶାରଳାଙ୍କ ଦର୍ଶନ କରିଥିଲେ । ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଆଜି ଭୋର 3ଟାରୁ ମାଆଙ୍କ ପହଡ ଖୋଲା ହୋଇଥିଲା । ମଙ୍ଗଳ ଆଳତୀ, ମଇଲମ, ମନ୍ଦିର ଶୋଧ ପରେ ମାଆଙ୍କୁ ମାର୍ଯ୍ୟନା କରାଯାଇ ତାଙ୍କୁ ବେଶ କରାଯାଇଥିଲା । ଏହାପରେ ମାଆଙ୍କର ଗୋପାଳ ବଲ୍ଲଭ ଭୋଗ କରାଯାଇ ଭୋର 4ଟାରୁ ସର୍ଵସାଧାରଣଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା ।

ହଜାରହଜାର ଶ୍ରଦ୍ଧାଳୁ କରୁଣାମୟୀଙ୍କ ଆଶିଷ ଭିକ୍ଷା କରିଥିଲେ । ସେହିପରି ବିଭୂତି କ୍ଷେତ୍ର ଗୋରେଖ ନାଥ ପୀଠରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଛି । ନୂଆ ବର୍ଷର ପ୍ରଥମ ପ୍ରଭାତରେ ବାବା ଗୋରେଖ ନାଥଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ଶ୍ରଦ୍ଧାଳୁ । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ସାମୁହିକ ଭାବରେ ନବବର୍ଷକୁ ସ୍ବାଗତ କରିବାକୁ ଭକ୍ତ ସୁଯୋଗ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ମା ଶାରଳାଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ମାଆଙ୍କ ଦର୍ଶନ କରି ଶୁଭ ମନାସିବା ସହ ପରିବାରର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details