ଓଡିଶା

odisha

ETV Bharat / state

ଉପକୂଳ ଓଡିଶାରେ ରେକର୍ଡ ଭାଙ୍ଗୁଛି ତାତି

ଚଳିତ ବର୍ଷ ଉପକୂଳ ଓଡିଶାରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି । ପଶ୍ଚିମ ଓଡିଶା ସହ ଏଥର ଉପକୂଳ ଓଡିଶାରେ ମଧ୍ୟ ଅନୁଭୂତ ହେଉଛି ପ୍ରବଳ ଗରମ ଓ ଖରା । ସକାଳ 8ଟା ପରେ ବାହାରକୁ ବାହାରିବା ହୋଇ ପଡୁଛି ମୁସ୍କିଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : May 28, 2019, 9:32 PM IST

Updated : May 28, 2019, 10:28 PM IST

ଜଗତସିଂହପୁର: ସାରା ରାଜ୍ୟ ଏବେ ସୂର୍ଯ୍ୟଙ୍କ ଉତ୍ତାପରେ ଉତ୍ତପ୍ତ । ସେଥିରୁ ବାଦ ପଡି ନାହିଁ ଉପକୂଳ ଜିଲ୍ଲା ଜଗତସିଂହପୁର । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ । ସମ୍ପ୍ରତି ଜଗତସିଂହପୁର ଜିଲ୍ଲାର 4ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସକାଳ 8ଟାରୁ ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏତେ ମାତ୍ରାରେ ଖରା ହେଉଛି ଯେ ସକାଳ 8ଟା ପରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ପଶ୍ଚିମ ଓଡିଶା ସହ ଏଥର ଉପକୂଳ ଜିଲ୍ଲାର ତାପମାତ୍ରା ମଧ୍ୟ ରେକର୍ଡ ଭାଙ୍ଗିଛି । ଜଗତସିଂହପୁର ଜିଲ୍ଲାର ସାଧାରଣ ତାପମାତ୍ରା ଠାରୁ 4 ରୁ5 ଡିଗ୍ରୀ ଅଧିକ ରହିଛି ପାରଦ । ଯାହାକୁ ନେଇ ଜନ ଜୀବନ ପ୍ରଭାବିତ ହୋଇଛି । ସରକାରୀ ଅଫିସ ସକାଳୁଆ ହୋଇଥିଲେ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡ ଦେଖିବାକୁ ମିଳୁନି । ଗ୍ରୀଷ୍ମପ୍ରବାହ ଯୋଗୁଁ ସହରରେ ଅଘୋଷିତ କର୍ଫ୍ୟୁ ଜାରି ହୋଇଥିବା ଭଳି ମନେ ହେଉଛି ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : May 28, 2019, 10:28 PM IST

ABOUT THE AUTHOR

...view details