ଜଗତସିଂହପୁର : ସ୍ବାମୀଙ୍କୁ ଚାକିରି ଦେବା ନାମରେ ମହିଳାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ । ଦୀର୍ଘ ୬ ବର୍ଷ ହେଲା ତାଙ୍କୁ ଯୌନ ଶୋଷଣ କରୁଥିଲେ ପାରାଦ୍ଵୀପର "ଆଇ ଏନ୍ ମେସିନାରି ଓ ଇକ୍ବୁବମେଣ୍ଟ" କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ । ଏନେଇ କଟକ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ପିଡିତା ।
ମାଲଗୋଦାମ ପୋଲିସ ଅଭିଯୁକ୍ତ ବସନ୍ତ କୁମାର ବଳଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ଗତ 17 ତାରିଖରେ କଲେଜ ଛକ ଆଡ଼ ଆନେକ୍ସ ଲାଵରେ ମଧ୍ୟ ଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ସ୍ବାମୀଙ୍କୁ ଚାକିରୀ ଦେବା ପାଇଁ କହି ତାଙ୍କୁ ୬ ବର୍ଷ ହେଲା ଶାରୀରିକ ଶୋଷଣ କରୁଥିଲେ ବସନ୍ତ ବଳ । ଘରେ କିମ୍ବା କାହାକୁ କହିଲେ ମହିଳାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।