ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠି ଗ୍ରାମରେ ଦିବ୍ୟାଙ୍ଗଙ୍କୁ ମାଡ଼ ଘଟଣା । ପ୍ରତିବାଦରେ ପାରାଦୀପ ଲକ ଥାନା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ଲକ ଥାନା ପୋଲିସ । ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ କୋଠି ଗ୍ରାମ ମଧ୍ୟଭାଗରେ ଥିବା ଗାୟତ୍ରୀ ମନ୍ଦିରରେ ଦୀର୍ଘ ୨୦ ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଛନ୍ତି l
ଗତ ୨୪/୧୦ରେ କୋଠି ଗ୍ରାମରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପାଇଖାନା ନିର୍ମାଣ କରୁଥିବା ସମୟରେ କୋଠି ଗ୍ରାମର କିଛି ବ୍ୟକ୍ତି ବିରୋଧ କରିବା ସହିତ ଦିବ୍ୟାଙ୍ଗ ହେମନ୍ତ କୁମାର ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଏହି ବିଷୟରେ ପାରାଦୀପ ଲକଥାନାରେ ଅଭିଯୋଗ କରିଥିଲେ ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ l ପୋଲିସ ମଧ୍ୟ ଦିବ୍ୟାଙ୍ଗଙ୍କୁ ମେଡିକାଲରେ ଚିକିତ୍ସା କରାଇ ଆସାମୀ ମାନଙ୍କ ବିରୋଧରେ କେସ ରେଜିଷ୍ଟ୍ରି କରିବା ସହିତ ସେମାନଙ୍କୁ ଗିରଫ କରିଥିଲେ ।