ଜଗତସିଂହପୁର: ଜମିବାଡି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଲକ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜମିବାଡିକୁ ନେଇ ଗୋଷ୍ଠୀ ସଂଘର୍ଷ - ଗୋଷ୍ଠୀ ସଂଘର୍ଷ
ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଜଗତସିଂହପୁର ଲକ ଥାନା ଅନ୍ତର୍ଗତ ସିଙ୍ଗଟାଳି ଗ୍ରାମର ଘଟଣା । ଅଧିକ ପଢନ୍ତୁ...
ଜମିବାଡିକୁ ନେଇ ଗୋଷ୍ଠୀ ସଂଘର୍ଷ
ଜମିବାଡିକୁ ନେଇ ଗୋଷ୍ଠୀ ସଂଘର୍ଷ
ପୋଲିସ ସୂଚନା ମୁତାବକ, ଲକ ଥାନା ଅନ୍ତର୍ଗତ ସିଙ୍ଗଟାଳି ଗ୍ରାମର ପ୍ରକାଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଜମିକୁ ଅନ୍ୟ ଜଣେ ବ୍ୟକ୍ତି ଜୋର ଜବରଦସ୍ତ ଅକ୍ତିଆର କରିବା ସହ ସେଠାରେ ଗୃହ ନିର୍ମାଣ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ପରେ ପ୍ରକାଶ କୁଜଙ୍ଗ କୋର୍ଟରେ ଏକ ମାମଲା ଦାୟର କରିଥିଲେ । କୋର୍ଟରେ ମାମଲା ଵିଚାରଧୀନ ଥିବାବେଳେ ଗୁରୁବାର ଉଭୟଙ୍କ ମଧ୍ୟରେ ପୁଣି ସଂଘର୍ଷ ହୋଇଛି । ଏପରିକି ସଂଘର୍ଷରେ ଉଭୟ ପକ୍ଷ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ