ଓଡିଶା

odisha

By

Published : May 29, 2022, 8:34 AM IST

ETV Bharat / state

ଶିକ୍ଷା କେବଳ ସୂଚନା ନ ହେଉ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

3 ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଅଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ପ୍ରଥମ ଦିନରେ କୁଜଙ୍ଗ ବ୍ଳକ ଅନ୍ତର୍ଗତ ଗୋରଡ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ । କାର୍ଯ୍ୟକ୍ରମକୁ ଉଦଘାଟନ କରି ଓଡିଶାର କଳା ଓ ସଂସ୍କୃତି ବିଷୟରେ କହିଥିଲେ । ଅଧିକ ପଢନ୍ତୁ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ ଜଗତସିଂହପୁର ଗସ୍ତ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ ଜଗତସିଂହପୁର ଗସ୍ତ

ଜଗତସିଂହପୁର: 3 ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଅଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ପ୍ରଥମ ଦିନରେ କୁଜଙ୍ଗ ବ୍ଳକ ଅନ୍ତର୍ଗତ ଗୋରଡ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ । କାର୍ଯ୍ୟକ୍ରମକୁ ଉଦଘାଟନ କରି ଓଡିଶାର କଳା ଓ ସଂସ୍କୃତି ବିଷୟରେ କହିଥିଲେ । ଓଡିଶାରେ ସବୁ କିଛି ଅଛି । ମହାପ୍ରଭୁ ଜଗନ୍ନାଥ ଅଛନ୍ତି । ତାଙ୍କ ଆଶୀର୍ବାଦ ଓ ମାତାପିତାଙ୍କ ପ୍ରେରଣାରେ ଛାତ୍ରଛାତ୍ରୀ ତାଙ୍କ ଲକ୍ଷ୍ୟ ହାସଲ କରିପାରିବେ ବୋଲି କହିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ ଜଗତସିଂହପୁର ଗସ୍ତ

ସେ ଆହୁରି କହିଛନ୍ତି,‘ ଶିକ୍ଷା କେବଳ ସୂଚନା ହୋଇ ନ ରହୁ । ଶିକ୍ଷା ଖାଲି ଜାଣିବା ବିଷୟ ନ ହେଇ । ଶିକ୍ଷା ସଂସ୍କାରିତ ଓ ସ୍ବୟଂ ସମ୍ପୂର୍ଣ୍ଣ ହେବା ଦରକାର । ଛାତ୍ରଛାତ୍ରୀମାନେ ସେମାନଙ୍କ ଲକ୍ଷ୍ୟ ସ୍ଥିର କରି ସେ ଦିଗରେ ଆଗେଇ ଯାଆନ୍ତୁ’ ବୋଲି କହିଛନ୍ତି ରାଜ୍ୟପାଳ । ଜିଲ୍ଲାର ସର୍ବ ପୁରାତନ ଗୋରଡ ଉଚ୍ଚବିଦ୍ୟାଳୟ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଥିବା କହିଛନ୍ତି ରାଜ୍ୟପାଳ । ଏହି ଅବସରରେ ରାଜ୍ୟପାଳ 2ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସାହୁ ଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହା ସହ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ଗୋରଡ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଜଗତସିଂହପୁର ସାଂସଦ, ଡା ରାଜଶ୍ରୀ ମଲ୍ଲିକ, ଜିଲ୍ଲାପାଳ ପାରୁଲ ପଟୱାରୀ, ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ସ୍ବାଗତ ଭାଷଣ ଦେଇ ସରକାରଙ୍କ ଶିକ୍ଷା ନୀତି ଦ୍ବାରା ଛାତ୍ରଛାତ୍ରୀ ସ୍ବାବଲମ୍ବୀ ହେବା ସହ ଏହା ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ତାହା କହିଥିଲେ । ସାଂସଦ ଡା ରାଜଶ୍ରୀ ମଲ୍ଲିକ ଛାତ୍ରାଛାତ୍ରୀଙ୍କୁ ଆଧ୍ୟାତ୍ମିକ ଓ ନୈତିକତା ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ । ବିଶିଷ୍ଟ ଅତିଥି ଜିଲ୍ଲାପାଳ ପାରୁଲ ପଟୱାରୀ ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ କାମନା କରିଥିଲେ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଗୋରଡ ଉଚ୍ଚବିଦ୍ୟାଳୟର ଏହି ବଡ ସମାରୋହରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜ୍ୟପାଳ ସାଢ଼େ ଗୋଟାଏ ସୁଦ୍ଧା ଜଗତସିଂହପୁର ସର୍କିଟ ହାଉସରେ କିଛି ସମୟ ବିଶ୍ରାମ ପରେ ବାଲିକୁଦା ଗସ୍ତ କରିଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details