ଓଡିଶା

odisha

ETV Bharat / state

ଟିକସ ଖିଲାପ ତାଲିକାରେ ଜିଲ୍ଲାପାଳଙ୍କ ଆବାସିକ ଦପ୍ତର - ଟିକସ ପୈଠ

ବର୍ଷ ବର୍ଷ ଧରି ପୌରାଞ୍ଚଳରେ ଗଢି ଉଠିଥିବା ସରକାରୀ କାର୍ଯ୍ୟାଳୟ ଓ ଆବାସିକ ଘର ବାବଦକୁ ହୋଲଡିଂ ଟ୍ୟାକ୍ସ ପୈଠ କରାଯାଉନାହିଁ । ଏପରିକି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଉପରେ ହୋଲଡିଂ ଟିକସ ବାକି ପଡିଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ- ପ୍ରତିିନିଧି, ଜଗତସିଂହପୁର

By

Published : Aug 11, 2019, 8:30 PM IST

ଜଗତସିଂହପୁର: ଜିଲ୍ଲା ପୌରସଂସ୍ଥା ପକ୍ଷରୁ ଧାର୍ଯ୍ୟ ହୋଲଡିଂ ଟ୍ୟାକ୍ସ ବାବଦରେ ଜିଲା ପ୍ରଶାସନ ଉପରେ ଲକ୍ଷ ଲକ୍ଷ ଟଙ୍କାର ବକେୟା ଗଡୁଥିବା ନଜର କୁ ଆସିଛି। ବର୍ଷ ବର୍ଷ ଧରି ପୌରାଞ୍ଚଳରେ ଗଢି ଉଠିଥିବା ସରକାରୀ କାର୍ଯ୍ୟାଳୟ ଓ ଆବାସିକ ଘର ବାବଦକୁ ହୋଲଡିଂ ଟ୍ୟାକ୍ସ ପୈଠ କରାଯାଉନାହିଁ । ଏପରିକି ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଉପରେ ହୋଲଡିଂ ଟିକସ ବାକି ପଡିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ- ପ୍ରତିିନିଧି, ଜଗତସିଂହପୁର

ଯେଉଁଠି ସରକାରୀ ଅଫିସ ନିୟମିତ ଟିକସ ପୈଠ କରୁନି ସେଠି ଅନ୍ୟ ମାନଙ୍କ କଥା କିଏ ପଚାରେ। ଏବେ ଏଦିଗରେ ପୌର ପ୍ରଶାସନ ତତ୍ପର ହୋଇଉଠିଛି । ଟିକସ ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରି ଏହାକୁ ସାର୍ବଜନୀନ କରିବା ଓ ବିଭିନ୍ନ ୱାର୍ଡରେ ଲଟକା ଲଗାଇବା ଯୋଜନାରେ ରହିଛି ପୌର ପ୍ରଶାସନ।

ସୂଚନା ଅନୁସାରେ ପୌରାଞ୍ଚଳ ର19 ନମ୍ବର ୱାର୍ଡରେ ରହିଥିବା ମୁକୁନ୍ଦପୁର ସରକାରୀ ସର୍କିଟ ହାଉସ ଉପରେ 1 ଲକ୍ଷ 71 ହଜାର ଟଙ୍କା ବକେୟା ରହିଥିବା ବେଳେ 18 ନମ୍ବର ୱାର୍ଡ଼ରେ ଥିବା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଉପରେ 97 ହଜାର 780 ଟଙ୍କା ହୋଲଡିଂ ଟିକସ ବକେୟା ପଡ଼ି ରହିଛି ।

ସେହିପରି ଜଳସେଚନ ବିଭାଗ ଉପରେ ମୋଟ 3 ଲକ୍ଷ 76 ହଜାର 320 ଟଙ୍କା ଟିକସ ବାକି ରହିଛି । ଟିକସ ଆଦାୟ ନହେବାରୁ ପୌର ପ୍ରଶାସନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ୁଛି । ସେହିପରି ପୌର ବାସିନ୍ଦାଙ୍କ ଉପରେ ଟିକସ ବାବଦ କୁ 70 ଲକ୍ଷରୁ ଅଧିକ ଟଙ୍କା ବକେୟା ପଡ଼ି ରହିଛି। ଯାହାର ପ୍ରଭାବ ପୌର ପ୍ରଶାସନ ଉପରେ ପଡୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details