ଜଗତସିଂହପୁର: ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳରେ ଅଘଟଣ । ବୋଲେରୋକୁ ଧକ୍କା ଦେଲା ଟ୍ରେନ । କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ଟ୍ରାକ ଉପରେ ହଠାତ୍ ବୋଲେରୋଟି ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ:ପାରାଦ୍ୱୀପ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର
ଏହା ମଧ୍ୟ ପଢ଼ନ୍ତୁ:ପାରାଦ୍ବୀପ ବନ୍ଦରରୁ ମୃତଦେହ ଉଦ୍ଧାର
ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ଆହତ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ୱୀପ ବନ୍ଦରର ନିଷେଧାଞ୍ଚଳ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଟ୍ରାକରେ ଯାଉଥିବା ସମୟରେ ବୋଲେରୋ ମଧ୍ୟ ଉକ୍ତ ସମୟରେ ଟ୍ରକ ଅତିକ୍ରମ କରୁଥିଲା । କୌଣସି ବସତଃ ବୋଲେରୋଟି ଟ୍ରାକରେ ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇଥିଲା । ଟ୍ରନର ଗତି ମନ୍ଥର ଥିବାରୁ ବୋଲେରୋକୁ ପାଖାପାଖି 30 ମିଟର ଘୋଷାଡି ନେଇଥିଲା । ବୋଲେରୋରେ ବସିଥିବା ବନ୍ଦର କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇଛନ୍ତି । ଟ୍ରେନର ଗତି ଅତି ମନ୍ଥର ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଟଳି ଯାଇଛି ।