ଓଡିଶା

odisha

ETV Bharat / state

ଧନତେରାସ ଉପରେ କୋରୋନା ମାଡ଼, ସୁନା ବ୍ୟବସାୟ - ଧନତେରାସ

ଧନତେରସ ଭଳି ଦିନରେ ବି ସୁନା ବ୍ୟବସାୟରେ ଦେଖାଦେଇଛି ମାନ୍ଦାବସ୍ଥା । ଜଗତସିଂହପୁର ସହରରେ ପ୍ରତି ବର୍ଷ ଦିପାବଳୀ ଓ ଧନତେରସରେ ପ୍ରାୟ 40 ରୁ 50 କୋଟିର ସୁନା ବେବସାୟ ହୋଇଥାଏ। ହେଲେ ଚଳିତ ବର୍ଷ ବେପାର ମାନ୍ଦା ରହିଛି । ଅଧିକ ପଢନ୍ତୁ...

ଧନତେରାସ ଉପରେ କୋରୋନା ମାଡ଼, ସୁନା ବ୍ୟବସାୟ
ଧନତେରାସ ଉପରେ କୋରୋନା ମାଡ଼, ସୁନା ବ୍ୟବସାୟ

By

Published : Nov 13, 2020, 3:58 AM IST

Updated : Nov 13, 2020, 5:50 AM IST

ଜଗତସିଂହପୁର: ରାଜ୍ୟରେ ଲାଗି ରହିଛି ମହାମାରୀ କୋରୋନା ସଂକଟ । ଅର୍ଥବ୍ୟବସ୍ଥା ଉପରେ ପଡିଛି ଏହାର ବଡ ପ୍ରଭାବ । ତେବେ ଏପରିସ୍ଥିତିରେ ଧନତେରସ ଭଳି ଦିନରେ ବି ସୁନା ବ୍ୟବସାୟରେ ଦେଖାଦେଇଛି ମାନ୍ଦାବସ୍ଥା ।

ଜଗତସିଂହପୁର ସହରରେ ପ୍ରତି ବର୍ଷ ଦିପାବଳୀ ଓ ଧନତେରସରେ ପ୍ରାୟ 40 ରୁ 50 କୋଟିର ସୁନା ବେବସାୟ ହୋଇଥାଏ। ହେଲେ ଚଳିତ ବର୍ଷ ବେପାର ମାନ୍ଦା ରହିଛି । କୋରୋନା ପ୍ରଭାବ ଓ ସୁନା ରୁପା ଦର ବୃଦ୍ଧି କାରଣରୁ ଲୋକେ କିଣିବା ପାଇଁ ମନ ବଳଉ ନାହାଁନ୍ତି । ଅନ୍ୟ ପକ୍ଷରେ କୋରୋନା କଟକଣା ଯୋଗୁଁ ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ଫଳରେ ପାଖରେ ଅର୍ଥର ଅଭାଵ ହେତୁ ଲୋକେ ସୁନା କିଣିବାକୁ ଆସୁନଥିବା ବ୍ୟବସାୟୀମାନେ କହିଛନ୍ତି।

ଧନତେରାସ ଉପରେ କୋରୋନା ମାଡ଼, ସୁନା ବ୍ୟବସାୟ

ଜଗତସିଂହପୁର ସହରରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 51 ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ 3 ପ୍ରତିଶତ ଜିଏସଟି ଓ ମେକିଙ୍ଗ ଚାର୍ଜ ହିସାବ କଲେ 10 ଗ୍ରାମ ସୁନାର ମୂଲ୍ୟ 53 ହଜାର ଟଙ୍କା ରହୁଛି, ଯାହା ଲୋକଙ୍କ ପକେଟକୁ ବେଶ ବାଧୁଛି । ସେହିପରି ରୂୁପାର ଦାମ କିଲୋପ୍ରତି 60 ହଜାର ରହିଥିବା ବେଳେ 3 ପ୍ରତିଶତ ଜିଏସଟି ଓ ଗଢ଼ା ମଜୁରୀ ହିସାବକୁ ନେଲେ 65 ହଜାର ଟଙ୍କା ରହିଛି । ଶୁକ୍ରବାର ସୁନା ଓ ରୁପା ବ୍ଯବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 13, 2020, 5:50 AM IST

ABOUT THE AUTHOR

...view details