ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତରେ ଗତ ୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ସନ୍ଧ୍ୟାରେ ଏରସମା ବ୍ଲକ ପରିସରରେ ଫଳାଫଳ ଘୋଷଣା କରାଯାଇଛି । ସରପଞ୍ଚ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ରାଜେଶ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ରାଜେଶ କୁମାର ପ୍ରଧାନ ୫୧୩ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କାମଦେବ ପ୍ରଧାନଙ୍କୁ ହରାଇଥିବା ଜଣାପଡିଛି।
ଗଡବିଶୁନପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଗତ ୨ତାରିଖରେ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ରାଜେଶ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ରାଜେଶ କୁମାର ପ୍ରଧାନ ୫୧୩ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କାମଦେବ ପ୍ରଧାନଙ୍କୁ ହରାଇଥିବା ଜଣାପଡିଛି। ଗତବର୍ଷ ସେପ୍ଟେମ୍ବର ୨୪ତାରିଖରେ ତତ୍କାଳୀନ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅକାଳ ମୃତ୍ୟୁ ଯୋଗୁଁ ଗତ ୨ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଏରସମା ବ୍ଲକ ପରସରରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଇଥିଲା ।
ଭୋଟ ଗଣତିରେ କାମଦେବ ପ୍ରଧାନଙ୍କୁ ୧୭୩୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜୟୀ ରାଜେଶ କୁମାର ପ୍ରଧାନଙ୍କୁ ୨୨୪୪ଖଣ୍ଡ ଭୋଟ ମିଳିଥିଲା । ୫୧୩ଖଣ୍ଡ ଭୋଟରେ ରାଜେଶ କୁମାର ପ୍ରଧାନ ବିଜୟୀ ଘୋଷଣା ହେବା ପରେ ନବନିର୍ବାଚିତ ସରପଞ୍ଚଙ୍କ ସମର୍ଥକମାନେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଗଡବିଶୁନପୁର ପଞ୍ଚାୟତର ୧୭ଟି ୱାର୍ଡର ୪ହଜାର ୬ଶହ ୩୯ ଭୋଟର ୧୭ଟି ବୁଥରେ ଗତ 2ତାରିଖ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ୮୭ପ୍ରତିଶତ ମତଦାତା ସେମାନଙ୍କର ମତଦାନ କରିଥିଲେ।ଗତବର୍ଷ ସେପ୍ଟେମ୍ବର ମାସ ୨୪ତାରିଖରେ ଗଡବିଶୁନପୁର ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅକାଳ ମୃତ୍ୟୁ ହୋଇଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।