ଓଡିଶା

odisha

By

Published : Sep 11, 2021, 10:03 PM IST

ETV Bharat / state

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଆଶାରେ ଦିବ୍ୟାଙ୍ଗ ଶିଶୁ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦିବ୍ୟାଙ୍ଗ ପିଲାଙ୍କୁ ସହାୟତା ଦେବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଆଶାରେ ଦିବ୍ୟାଙ୍ଗ ଶିଶୁ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଆଶାରେ ଦିବ୍ୟାଙ୍ଗ ଶିଶୁ

ଜଗତସିଂହପୁର: ଦଇବ ଏଠି ଦାଉ ସାଜିଛି । ଘରେ ବିଭିନ୍ନ ପ୍ରକାର ଅଭାବ ଅନାଟନ ଲାଗି ରହିଥିବାବେଳେ ଜନ୍ମ ହେଲାପରେ ପିଲା ଗୁଡିକ ହୋଇ ଯାଇଛନ୍ତି ଦିବ୍ୟାଙ୍ଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଯାମୁକଣା ଗ୍ରାମର ଦିଲ୍ଲୀପ ମଳିକଙ୍କ ପରିବାରରେ ।

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଆଶାରେ ଦିବ୍ୟାଙ୍ଗ ଶିଶୁ

ସୂଚନାନୁସାରେ ଦିଲ୍ଲୀପ ଶ୍ରମିକ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବାବେଳେ ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ଦୁଇଟି ଝିଅ ଓ ଏକ ପୁତ୍ର ସନ୍ତାନଙ୍କୁ ହଠାତ୍ ବାତ ମାରିଥିଲା। ପରେ ସେ କଟକ ଶିଶୁ ଭବନ ଯାଇ ଚିକିତ୍ସା ଉଭୟ ଶିଶୁଙ୍କୁ ଚିକିତ୍ସା କରିଥିଲେ । କିନ୍ତୁ ଏହାର ଦୁଇ ମାସ ପରେ ହାତ ଓ ଗୋଡ଼ ବଙ୍କା ହୋଇଯିବା ସହ ଧୀରେ ଧୀରେ ବିକଳାଙ୍ଗ ହୋଇ ଯାଇଛନ୍ତି ।

ତେବେ ପରିବାର ଲୋକେ ତିନି ସନ୍ତାନକୁ ଧରି କଟକ ବଡ଼ ମେଡିକାଲକୁ ଯାଇଥିଲେ, ସେଠାରେ ରହିବା ଓ ଚିକିତ୍ସା କରାଇବା ଦିଲୀପଙ୍କ ପକ୍ଷେ ସମ୍ଭବ ହୋଇ ପାରି ନଥିଲା । ତେଣୁ ସେ ଗାଁକୁ ଫେରି ଆସି ଏବେ ଭଗବାନଙ୍କ ଭରସାରେ ପିଲା ତିନୋଟିଙ୍କୁ ଛାଡି ଦେଇଥିବା ନେଇ କ୍ଷୋଭର ସହ କହିଛନ୍ତି ଦିଲ୍ଲୀପ । ଏନେଇ ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ତିନୋଟି ପିଲାଙ୍କର ଅଧିକ ଚିକିତ୍ସା ନିମନ୍ତେ ନିବେଦନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details