ଓଡିଶା

odisha

ETV Bharat / state

ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ‘ଅଳକାଶ୍ରମ’ - freedom fighter

ସ୍ବାଧୀନତା ସଂଗ୍ରାମରେ ଜଗତସିଂହପୁର ଜିଲ୍ଲାର ସଂଗ୍ରାମୀଙ୍କ ଅବଦାନ ବେଶ ଉଲ୍ଲେଖନୀୟ । ଏମାନଙ୍କ କାର୍ଯ୍ୟଧାରା ଓ ଅସହଯୋଗ ଆନ୍ଦୋଳନ ବ୍ରିଟିଶ ସରକାରଙ୍କ ମନରେ ଭିତ ସଞ୍ଚାର କରୁଥିଲା । ଆଉ ଏ ସବୁର ମୂକସାକ୍ଷୀ ସାଜିଥିଲା ଅଳକାଶ୍ରମ ।

ଫଟୋ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର

By

Published : Aug 14, 2019, 11:14 AM IST

ଜଗତସିଂହପୁର: ସ୍ବାଧୀନତା ସଂଗ୍ରାମର ଅନ୍ୟତମ ଏନ୍ତୁଡ଼ିଶାଳ ‘ଜଗତସିଂହପୁର’ । ସେ ଭାରତଛାଡ଼ ଆନ୍ଦୋଳନ ହେଉ କି ଲବଣ ସତ୍ୟାଗ୍ରହ, ଗୋରାଙ୍କୁ ଥରହର କରିଦେଉଥିଲେ ଏଠିକାର ସଂଗ୍ରାମୀ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବାକୁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଇନଥିଲେ ଏମାନେ । ରାତି ରାତି ଅନିଦ୍ରା ରହି ବ୍ରିଟିଶ ଦମନର ରଣନୀତି ତିଆରି କରୁଥିଲେ । ଆଉ ଏହାର ମୂକସାକ୍ଷୀ ଅଳକାଶ୍ରମ । କେବେଳ ଏତିକି ନୁହେଁ ଜାତୀୟ କବି ବୀରକିଶୋର ଦାସଙ୍କ କ୍ରାନ୍ତିକାରୀ କବିତା ଶୁଣି ସଂଗ୍ରାମୀଙ୍କ ରକ୍ତ ଗରମ ହେଉଥିଲା । ଆଉ ଏହି କବିତା ପାଇଁ ବୀରକିଶୋରଙ୍କୁ ଗିରଫ କରିଥିଲେ ବ୍ରିଟିଶ ସରକାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର

ଜିଲ୍ଲାର ବାଲିକୁଦା, ତିର୍ତ୍ତୋଲ, ବିରିଡ଼ି,ରଘୁନାଥପୁର, ଏରସମା ଅଞ୍ଚଳ ଏହି ଅଳକାଶ୍ରମକୁ ଛୁଟି ଆସୁଥିଲେ ସଂଗ୍ରାମୀ । ନିତି ଏଠାରେ ବୈଠକ ମାଧ୍ୟରେ ହେଉଥିଲା ଯୋଜନା । ଶେଷରେ ଇଂରେଜ ସରକାର ଏହି ଗୁପ୍ତ ଠିକଣାକୁ କବଜା କରିବା ସହ ବାନ୍ଧିନେଇଥିଲେ ବୀର ସଂଗ୍ରାମୀଙ୍କୁ ।

ସମୟ ବଦଳିଛି। ସ୍ବାଧିନତାର ମୁକ୍ତ ପବନରେ ପ୍ରଶ୍ବାସ ନେଉଛି ଦେଶ । କିନ୍ତୁ ଏବେ ବି ଭ୍ରଷ୍ଟାଚାର, ଆତଙ୍କବାଦ, ବେରୋଜଗାର, ସାମ୍ପ୍ରଦିକ ଦଙ୍ଗାର ହିଂସା ତଳେ ବନ୍ଧା ଭାରତ । ଏସବୁକୁ ଦେଖି ସେମାନେ କେତେ ସ୍ବାଧୀନ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details