ଜଗତସିଂହପୁର: ନଦୀପଠାରୁ ମଣିଷ ଖପୁରୀ ପଡିଥିବା ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁର ପାଇକା ନଦୀ କୂଳରେ ।
ଗାଁ ଲୋକଙ୍କ କହିବା ଅନୁସାରେ ଗତ କିଛିଦିନ ହେବ ସେଠାକାର ଜଣେ ତାନ୍ତ୍ରିକ ନୂଆଗାଁ ଅଞ୍ଚଳରେ ତନ୍ତ୍ର ପୂଜା କରୁଥିଲେ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ତାନ୍ତ୍ରିକ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହି ଘଟଣାରେ ପୋଲିସ୍ ତାନ୍ତ୍ରିକକୁ ଡାକି ତାଗିଦ କରିଥିଲା ।