ଓଡିଶା

odisha

By

Published : Apr 22, 2021, 10:53 PM IST

ETV Bharat / state

କଣିଆ-ମାଛଗାଁ ରାଜ୍ୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ-ମାଛଗାଁ ରାଜ୍ୟ ରାଜପଥର ପ୍ରଶସ୍ତିକରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଭିଡିଓ କନଫରେନ୍ସିଂ ଜରିଆରେ କଲେ ଭିତ୍ତି ପ୍ରସ୍ଥର ସ୍ଥାପନ । ଅଧିକ ପଢନ୍ତୁ...

କଣିଆ-ମାଛଗାଁ ରାଜ୍ୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ
କଣିଆ-ମାଛଗାଁ ରାଜ୍ୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ଜଗତସିଂହପୁର: ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ-ମାଛଗାଁ ରାଜ୍ୟ ରାଜପଥର ପ୍ରଶସ୍ତିକରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । 8.86 ଲକ୍ଷ ଟଙ୍କାର ବ୍ୟୟରେ 5,775 କିଲୋମିଟରର ଏହି ରାସ୍ତା ନିର୍ମାଣ କରାଯିବ ।

କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶସ୍ତିକରଣ କାର୍ଯ୍ୟ ହେଲେ ବାଲିକୁଦା ଅଞ୍ଚଳର ପ୍ରାୟ 30 ପଞ୍ଚାୟତବାସୀ ଉପକୃତ ହେବେ । କଣିଆ ଠାରୁ ମାଛଗାଁ ପ୍ରାର୍ଜନ ରାସ୍ତା ଅଣଓସାର ଓ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବିରୋଧ କରିବା ସହ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଏହାକୁ ପୁନରୁଦ୍ଧାର କରିବା ସହ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details