ଜଗତସିଂହପୁର:ପରଲୋକରେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥ ଥିବା କୁହାଯାଉଛି । ଗତ ମାର୍ଚ୍ଚ 30ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳ 7ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଓଡ଼ିଆ ରାଜନୀତିରେ ଜଣେ ଅଭିଜ୍ଞ ରାଜନେତା ସହ ଶିକ୍ଷାବିତ ଓ ଅର୍ଥନୈତିଜ୍ଞ ଥିଲେ ତ୍ରିଲୋଚନ । ସେ ତିନିଥର ବିଧାୟକ ହୋଇଥିବା ବେଳେ ଥରେ ବିଜେଡି ଟିକେଟରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । 1971 ଓ 1985 ମସିହାର ବିଧାନସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1974 ମସିହାରେ ସେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ 1999 ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତ୍ରିଲୋଚନ କାନୁନଗୋ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷ ଭାବେ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ତାଲିକାରେ ଅପରାଜିତା