ପାରାଦ୍ବୀପ: ଜଗତସିଂହପୁର ପାରାଦ୍ବୀପ ଅଞ୍ଚଳର ଉଦୟବଟ ଭିତରଗଡ କଲୋନୀରୁ ଜବରଦଖଲ ଉଚ୍ଛେଦ କରିଛି ପାରାଦ୍ଵୀପ ବନ୍ଦର ଇଷ୍ଟେଟ ବିଭାଗ । ଏହି କଲୋନୀ ନିକଟରେ ବିଭିନ୍ନ ବ୍ୟକ୍ତି ଜବରଦଖଲ କରି ବାସଗୃହ ନିର୍ମାଣ ସହ ବିଭିନ୍ନ ଦୋକାନ କରିଥିଲେ । ତେବେ ପୋଲିସ ସହାୟତାରେ ଜବରଦଖଲକାରୀଙ୍କ ଘରକୁ ଭଙ୍ଗାଯାଇଛି ।
ଏହି କଲୋନୀରେ ବିଭିନ୍ନ ବ୍ୟକ୍ତି ଜବରଦଖଲ କରି ବାସଗୃହ ନିର୍ମାଣ ସହ ବିଭିନ୍ନ ଦୋକାନ କରିଥିଲେ। ଯାହାକୁ ଭାଙ୍ଗିବା ପାଇଁ ବନ୍ଦର ପକ୍ଷରୁ ବିଭିନ୍ନ ସମୟରେ ନୋଟିସ ଜାରି କରାଯାଇଥିଲା । ମାତ୍ର ସ୍ଥାନୀୟ ବ୍ୟକ୍ତି ଓ ଜବରଦଖଲକାରୀମାନେ ବିରୋଧ କରିବା ସହ ଇଷ୍ଟେଟ ବିଭାଗ ଅଫିସରଙ୍କୁ ପନିକି ଧରି ଗୋଡ଼ାଇଥିଲେ। ଫଳରେ ଆଜି(ଶନିବାର) ପୋଲିସ ସହାୟତାରେ ଉକ୍ତ ଘରକୁ ଭାଙ୍ଗି ଦିଆଯାଇଛି । ଏହା ନିକଟରେ ଥିବା ଅନ୍ୟ ଦୋକାନକୁ ୭ ଦିନ ମଧ୍ୟରେ ଭାଙ୍ଗିବା ପାଇଁ ନୋଟିସ ମଧ୍ୟ ଦିଆଯାଇଛି ।