ଓଡିଶା

odisha

ETV Bharat / state

ଜଗତସିଂହପୁରକୁ ଆସିଲା 5500 କୋଭିସିଲ୍ଡ ଟିକା; ସ୍ବାଭାବିକ ହେବ ଟୀକାକରଣ

ସୋମବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ 5500 ଟିକା ପହଞ୍ଚିଛି । ଆଜିଠୁ(ମଙ୍ଗଳବାର) ପୁଣି ଟୀକାକରଣ ପ୍ରକ୍ରିୟା ସ୍ବାଭାବିକ ହେବ । ଅଧିକ ପଢନ୍ତୁ...

ଜଗତସିଂହପୁରକୁ ଆସିଲା କୋଭିସିଲ୍ଡ ଟିକା
ଜଗତସିଂହପୁରକୁ ଆସିଲା କୋଭିସିଲ୍ଡ ଟିକା

By

Published : May 18, 2021, 7:15 AM IST

Updated : May 18, 2021, 7:55 AM IST

ଜଗତସିଂହପୁର:ଜିଲ୍ଲାରେ ଟିକା ଅଭାବରୁ 7ତାରିଖରୁ ବନ୍ଦ ରହିଥିଲା ଟୀକାକରଣ । ସୋମବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 5500 ଟିକା ପହଞ୍ଚିଛି । ଆଜିଠୁ(ମଙ୍ଗଳବାର) ପୁଣି ଟୀକାକରଣ ସ୍ବାଭାବିକ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।

ଜଗତସିଂହପୁରକୁ ଆସିଲା କୋଭିସିଲ୍ଡ ଟିକା

ସୋମବାର ଜିଲ୍ଲାକୁ 5500 କୋଭିସିଲ୍ଡ ଆସିଛି । ମଙ୍ଗଳବାର ଠାରୁ ପ୍ରଥମେ 5 ଟି ଟିକା ଦାନ କେନ୍ଦ୍ରରେ ଟିକା ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ତେବେ ଅନ୍ୟ ଟିକା ଦାନ କେନ୍ଦ୍ରରେ ଦିନେ କି ଦୁଇଦିନ ମଧ୍ୟରେ ଟୀକାକରଣ ସ୍ୱାଭାବିକ ଭାବରେ ଚାଲିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 10 ପ୍ରତିଶତରୁ ଅଧିକ ଟୀକାକରଣ ସରିଛି । ଧୀରେ ଧୀରେ ଏହା ବଢ଼ାଯିବ ବୋଲି ଟିକା ଦାୟିତ୍ବରେ ଥିବା ଡ଼ାକ୍ତର ପି କେ ବାରିକ କହିଛନ୍ତି ।

ଜିଲ୍ଲାରେ ଟିକା ପାଇଁ 42ଟି ଟୀକାଦାନ କେନ୍ଦ୍ର କରାଯାଇଛି । ଟିକା ନେବା ପାଇଁ କେନ୍ଦ୍ରରେ ଲୋକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଲୋକେ ରାତି 4ଟାରୁ ବିଭିନ୍ନ ଟୀକାଦାନ କେନ୍ଦ୍ରରେ ଲମ୍ବା ଲାଇନ ଲଗାଉଥିଲେ। ଏପରିକି ଦିନ ଦିନ ଧରି ଲାଇନରେ ଛିଡା ହୋଇ ଟିକା ନ ନେଇ ନିରାଶ ହୋଇ ଫେରିବାକୁ ପଡୁଥିଲା । ଟିକା ଅଭାବରୁ ଗତ 7ତାରିଖରୁ ଜିଲ୍ଲାରେ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।



ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 18, 2021, 7:55 AM IST

ABOUT THE AUTHOR

...view details