ଓଡିଶା

odisha

ETV Bharat / state

ଭୋଟ ବାକ୍ସ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପଟସରା ପଞ୍ଚାୟତରେ ଗତକାଲି(ଶୁକ୍ରବାର) ହୋଇଥିବା ଭୋଟବାକ୍ସ ଲୁଟ ଓ ପଲ୍ଲୀ ପଞ୍ଚାୟତରେ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ପୋଲିସ ଗାଡି ଭଙ୍ଗା ଘଟଣାରେ ୨ ଗରଫ । ଅଧିକ ପଢନ୍ତୁ

ଭୋଟ ବାକ୍ସ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ
ଭୋଟ ବାକ୍ସ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ

By

Published : Feb 19, 2022, 10:56 PM IST

ଜଗତସିଂହପୁର: ସଦର ବ୍ଲକ ଅନ୍ତର୍ଗତ ପଟସରା ପଞ୍ଚାୟତରେ ଗତକାଲି(ଶୁକ୍ରବାର) ହୋଇଥିବା ଭୋଟ ବାକ୍ସ ଲୁଟ ଓ ପଲ୍ଲୀ ପଞ୍ଚାୟତରେ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ପୋଲିସ ଗାଡି ଭଙ୍ଗା ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଭୋଟ ବାକ୍ସ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ

ସୂଚନାଯୋଗ୍ୟ ଯେ, ଗତକାଲି ପଟସରା ପଞ୍ଚାୟତର ୧ ଓ ୨ ନମ୍ବର ବୁଥରେ ୨୦ ରୁ ୨୫ ଜଣ ଦୁର୍ବୃତ୍ତ ମତଦାନ ଚାଲିଥିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି ପ୍ରବେଶ କରିବା ସହିତ ବୁଥ ଭିତରେ ପଶି ଭୋଟ ବାକ୍ସ ଲୁଟ କରି ପଳାଇଥିଲେ । ପୋଲିସ ଏହାକୁ ଭିତ୍ତିକରି ୫ ଜଣ ଦୁର୍ବୃତ୍ତକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କୁହାଯାଇଛି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details