ଓଡିଶା

odisha

ETV Bharat / state

ପାରାଦୀପ ବନ୍ଦର ୪ନଂ ଗେଟ ଇକ୍ୟୁବର୍ଥ ନିକଟରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର - jagatsingpur news

ପାରାଦୀପ ସମୁଦ୍ରରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋମବାର ଦିନ 1ଟାରେ ପାରାଦୀପ ବନ୍ଦର ୪ ନଂ ଗେଟ ଇକ୍ୟୁବର୍ଥ ନିକଟରୁ ଭାସମାନ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଷଣ୍ଡକୁଦ ଅଞ୍ଚଳର ଆର ରମେଶ ନାମକ ଜଣେ ମତ୍ସ୍ୟଜୀବୀ ରବିବାର ରାତିରେ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇ ଫେରିନଥିଲେ । ଅଧିକ ପଢନ୍ତୁ...

ପାରାଦୀପ ବନ୍ଦର ୪ ନଂ ଗେଟ ଇକ୍ୟୁବର୍ଥ ନିକଟରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ପାରାଦୀପ ବନ୍ଦର ୪ ନଂ ଗେଟ ଇକ୍ୟୁବର୍ଥ ନିକଟରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

By

Published : Aug 17, 2020, 5:01 PM IST

ଜଗତସିଂହପୁର: ପାରାଦୀପ ସମୁଦ୍ରରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋମବାର ଦିନ 1ଟାରେ ପାରାଦୀପ ବନ୍ଦର ୪ ନଂ ଗେଟ ଇକ୍ୟୁବର୍ଥ ନିକଟରୁ ଭାସମାନ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପୋଲିସ ସୂଚନାନୁସାରେ, ଷଣ୍ଢକୁଦ ଅଞ୍ଚଳର ଆର ରମେଶ ନାମକ ଜଣେ ମତ୍ସ୍ୟଜୀବୀ ରବିବାର ରାତିରେ ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ । ହେଲେ ଆଜି ନ ଫେରିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସୂଚନା ମିଳିପାରିନଥିଲା । ସୋମବାର ପାରାଦୀପ ବନ୍ଦର ୪ ନଂ ଗେଟ୍ ଇକ୍ୟୁବର୍ଥ ନିକଟରେ ଭାସମାନ ଅବସ୍ଥାରେ ତାଙ୍କ ମୃତଦେହ ଠାବ କରାଯାଇଥିଲା।

ପାରାଦୀପ ବନ୍ଦର ୪ ନଂ ଗେଟ ଇକ୍ୟୁବର୍ଥ ନିକଟରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ସମ୍ପୃକ୍ତ ମତ୍ସଜୀବୀଙ୍କ କିପରି ମୃତ୍ୟୁ ଘଟିଲା ସେ ନେଇ ପୋର୍ଟ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details