ପାରାଦ୍ବୀପ: ତାରିଣୀଗଡ଼ ନିକଟରେ ଗୁଳିକାଣ୍ଡ । ପାରାଦ୍ୱୀପର ତାରିଣୀଗଡା ସ୍ଥିତ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ । ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ।
ସୂଚନା ଅନୁସାରେ, ଗତକାଲି (ରବିବାର) ସକାଳୁ କେତେଜଣ ସନ୍ଦିଗ୍ଧ ପାରାଦ୍ୱୀପର ତାରିଣୀଗଡା ସ୍ଥିତ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ମ୍ୟାନେଜରଙ୍କୁ ଫୁଲତୋଡା ଧରି ଭେଟିବାକୁ ଆସିଥିଲେ । ମ୍ୟାନେଜର ଅନୁପସ୍ଥିତ ଥିବା ହେତୁ ମ୍ୟାନେଜରଙ୍କ ରୋଷେୟା ଶୁଭାଶିଷ ଜାନାଙ୍କୁ ଭେଟି ମ୍ୟାନେଜରଙ୍କୁ ଫୁଲତୋଡା ଦେଇ ଦେବାକୁ କହି ଚାଲି ଯାଇଥିଲେ । ପରେ ପୁଣି ଅପରାହ୍ନ 2 ଟାରେ ଆସି ରୋଷେୟାକୁ ମ୍ୟାନେଜର କାହାଁନ୍ତି ବୋଲି ପଚାରିଥିଲେ । ମ୍ୟାନେଜର ନଥିବା ରୋଷେୟା କହିବାରୁ ଏଥିରେ ଉତକ୍ଷୀପ୍ତ ହୋଇ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଏକ କୋଠରୀ ଉପରକୁ ଅଚାନକ ଫାଙ୍କାଗୁଳି ଚାଳନା କରିଥିଲେ । ରୋଷେୟାକୁ ମଧ୍ୟ ମାଡ଼ ମାରିଥିବା ଜଣାପଡିଛି । ଖବରପାଇ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।