ଓଡିଶା

odisha

ETV Bharat / state

ପାରାଦୀପ IOCLରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Paradip IOCL fire cause unclear

ଜଗତସିଂହପୁର ପାରାଦୀପ ଆଇଓସିଏଲ ତୈଳ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଦିନ 2ଟା 45 ସମୟରେ କୌଣସି କାରଣବଶତଃ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା। ଅଧିକ ପଢନ୍ତୁ...

ପାରାଦୀପ IOCLରେ ତୈଳ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ପାରାଦୀପ IOCLରେ ତୈଳ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

By

Published : Sep 19, 2021, 3:26 PM IST

Updated : Sep 19, 2021, 4:03 PM IST

ପାରାଦୀପ: ପାରାଦୀପ ଆଇଓସିଏଲ ତୈଳ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଦିନ 2ଟା 45 ସମୟରେ କୌଣସି କାରଣବଶତଃ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ ହେବା ସହିତ ବିଶାଳକାୟ କଳା ଧୂଆର ଆସ୍ତରଣ ଆକାଶରେ ବ୍ୟାପି ଯାଇଥିବା ଦେଖିବାକୁ ମିଳିଥିଲା।

ପାରାଦୀପ IOCLରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ। ଅଗ୍ନିଶମ ବାହିନୀର ଦୁଇଟି ଟିମ ନିଆଁକୁ ଆୟତ୍ତକୁ ଆସିଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଆଇଓସିଏଲ ପକ୍ଷରୁ କିଛି କୁହାଯାଇନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 19, 2021, 4:03 PM IST

ABOUT THE AUTHOR

...view details