ଜଗତସିଂହପୁର: ଏରସମା ତହସିଲ ଅନ୍ତର୍ଗତ କିଆଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ପାଖାପାଖି ୧୮ ବଖରା ଜଳିପୋଡି ପାଉଁଶ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟ୍ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି । ସୂଚନା ଅନୁସାରେ, ଗତକାଲି(ଗୁରବାର) କିଆଦା ଗ୍ରାମର ଅମିତା ବରେଇଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ଘରେ ଥିବା ସିଲିଣ୍ଡର ଫାଟିଯାଇ ନିଆଁ ଭୟଙ୍କର ଭାବେ ବ୍ୟାପି ଯାଇଥିଲା ।
ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର - ଏରସମାରେ ଭୟାବହ ଅଗ୍ନିକାଣ୍ଡ
ଏରସମା ତହସିଲ ଅନ୍ତର୍ଗତ କିଆଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ପାଖାପାଖି ୧୮ ବଖରା ଜଳିପୋଡି ପାଉଁଶ । ଅଧିକ ପଢନ୍ତୁ
ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର
ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର
ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ଚାହୁଁ ଚାହୁଁ ୪ଟି ପରିବାରର ପାଖାପାଖି ୧୮ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହାସହ ଘରେ ରହିଥିବା ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ଧାନ ଚାଉଳ ପୋଡି ଭସ୍ମୀଭୂତ ହୋଇଯାଇଛି । ଖବରପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି ।
ଇଟିଭି ଭାରତ, ଜଗତସିଂହପୁର