ପାରାଦ୍ବୀପ:ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଷ୍ଟାକର ମେସିନ-1 କ୍ଷତିଗ୍ରସ୍ତ ହେବା ସହିତ କନଭର ବେଲ୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ବନ୍ଦରର ୧ ନମ୍ବର ଗେଟ ପାଖାପାଖି ଥିବା ଷ୍ଟାକର ଦ୍ବାରା କୋଇଲା କନଭର ବେଲ୍ଟ ଯୋଗେ ଟ୍ରେନ ଓ୍ବାଗନରେ କୋଇଲା ଲୋଡିଂ କରାଯାଇଥାଏ । କୋଇଲା ଲୋଡଂ ଚାଲିଥିବା ବେଳେ ଏଥିରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କନଭର ବେଲ୍ଟ ସହିତ ଏଥିରେ ଥିବା କୋଇଲାରେ ମଧ୍ୟ ନିଆଁ ଲାଗିଥିଲା ।