ଓଡିଶା

odisha

ETV Bharat / state

ଜଗତସିଂହପୁରରେ କମିଛି ବନ୍ୟା ବଢୁଛି ସମସ୍ୟା, ଧୋଇଗଲା ବର୍ଷକର ରୋଜଗାର

ବର୍ଷା ଧୋଇନେଲା ଫସଲ । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକରେ ବନ୍ୟାପାଣି କମିଥିଲେ ମଧ୍ୟ ଦୁର୍ଦ୍ଦଶା ବଢୁଛି । ହେକ୍ଟର ହେକ୍ଟର ଚାଷଜମୀ ପାଣିରେ ବୁଡି ରହିଛି flood impact on crop field in jagatsinghpur । ଅଧିକ ପଢନ୍ତୁ

ଜଗତସିଂହପୁରରେ କମିଛି ବନ୍ୟା ବଢୁଛି ସମସ୍ୟା
ଜଗତସିଂହପୁରରେ କମିଛି ବନ୍ୟା ବଢୁଛି ସମସ୍ୟା

By

Published : Aug 21, 2022, 10:01 PM IST

ଜଗତସିଂହପୁର:ବର୍ଷା ଛାଡିଛି, ବନ୍ୟାଜଳ କମୁଛି ମାତ୍ର ବଢିଛି ଜିଲ୍ଲାଚାଷୀଙ୍କ ଦୁର୍ଦ୍ଦଶା । ଜିଲ୍ଲାର କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକରେ ଲୋକଙ୍କ ସମସ୍ୟା ଦୁଇ ଗୁଣିତ ହୋଇଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ, ଗୋବର୍ଦ୍ଧନ ପୁର, କୁକୁର ଖାଇ ଆଦି ଅଞ୍ଚଳ ପାଣିଘେରରେ ରହିଥିବାବେଳେ, ହେକ୍ଟର ହେକ୍ଟର ଚାଷଜମୀ ପାଣିରେ ବୁଡି ରହିଛି (flood impact on crop field in Jagatsinghpur) । ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ପରିଚିତ ଥିବାବେଳେ ବନ୍ୟାଯୋଗୁଁ ଚାଷ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଜଗତସିଂହପୁରରେ କମିଛି ବନ୍ୟା ବଢୁଛି ସମସ୍ୟା

ସରକାରୀ ରିପୋର୍ଟ ଅନୁସାରେ, ରବିବାର ସୁଦ୍ଧା ଜିଲ୍ଲାର ୧୩୬ଟି ପଞ୍ଚାୟତର 2553ଟି ଗ୍ରାମ ପାଣି ଘେରରେ ଥିବାବେଳେ 45 ହଜାର 618 ଜଣ ଲୋକେ ପ୍ରଭାବିତ ହୋଇଛନ୍ତି । ମୋଟ 6582 ଜଣଙ୍କୁ 21ଟି ଆଶ୍ରୟସ୍ଥଳରେ ରଖା ଯାଇଛି । ଜିଲ୍ଲାର ମୋଟ 30 ହଜାର ଗୋରୁଗାଈ ପ୍ରଭାବିତ ହୋଇଥିବା କୁହାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା 8 ହଜାର 411 ହେକ୍ଟର ଚାଷଜମି ପାଣିରେ ବୁଡି ରହିଛି ।

ଚଳିତ ବର୍ଷ ବନ୍ୟାପାଣି ଯୋଗୁଁ ଚାଷ ଉଜୁଡି ଯାଇଛି । ଫଳରେ ପ୍ରଭାବିତ ହୋଇଛନ୍ତି ହଜାର ହଜାର ଚାଷୀ ପରିବାର । ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ପରିଚିତ । ତେବେ ବନ୍ୟାଯୋଗୁଁ ଚାଷ ଓ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details