ଓଡିଶା

odisha

ETV Bharat / state

ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ

ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ । ପିପିଏଲ ସାର କାରଖାନା ଫାଟକ ସମ୍ମୁଖରେ ଚାଷୀ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ
ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ

By

Published : Aug 28, 2021, 8:54 AM IST

ଜଗତସିଂହପୁର: ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ । ପାରାଦୀପ ପିପିଏଲ ସାର କାରଖାନା ଫାଟକ ସମ୍ମୁଖରେ ଶତାଧିକ ଚାଷୀ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ପିପିଏଲ ସାର କାରଖାନା ନିର୍ମାଣ ସମୟରେ ଚାଷୀମାନେ ନିଜର ଚାଷ ଜମି ହରାଇ ଥିବା ବେଳେ କମ୍ପାନୀ ସେ ସମୟରେ ଜମି ହରାଇ ଥିବା ପରିବାରରୁ ଜଣକୁ ନିଯୁକ୍ତି ଦେବାର ପ୍ରତିଶୄତି ଦେଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳି ନଥିବା ଅଭିଯୋଗ ହୋଇଛି । ୭ ଦଫା ଦାବି ନେଇ ଆରମ୍ଭ ହୋଇଛି ସତ୍ୟାଗ୍ରହ ।

ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ

କେବଳ ସେତିକି ନୁହେଁ କିଛି କୈବର୍ତ୍ତ ସମ୍ପ୍ରଦାୟ ଲୋକମାନେ ପ୍ରତିବର୍ଷ ଜଳକର ପଇଠ କରି ଆସୁଥିବା ବେଳେ ୪୩ ଏକର ୮୩ ଡିସିମିଲି ନଦୀକୁ ପିପିଏଲ କମ୍ପାନୀ ନିଜର ପାଚେରୀ ନିର୍ମାଣ କରି ଅବରୋଧ କରିଛି । ଯାହା ଫଳରେ କୈବର୍ତ୍ତମାନେ ମାଛମାରି ପରିବାର ଚଳାଉଥିଲେ । ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ଯେ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଚାଷୀ ମାନଙ୍କର ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଚାଲିବ ବୋଲି ପ୍ରକାଶ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details