ଓଡିଶା

odisha

ETV Bharat / state

ଚାଷ ଜମିରେ ଭାସୁଛି ତେଲ; IOCL ବିରୋଧରେ ଚାଷୀ ମେଳି - jagasingpur news

ଆଇଓସିଏଲ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଏକର ଏକର ଜମିରେ ଆଇଓସିଏଲ ମଡାଇ ଦେଇଛି ତେଲ ମିଶା ପାଣି। ତେଲର ପ୍ରଭାବରେ ସଢ଼ି ଯାଇଛି ଧାନ ଗଛ । ଏନେଇ ଏକାଠି ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ,ତ୍ରିଲୋଚନପୁର ଓ ବଡକଣ୍ଟା ଗାଁର ଚାଷୀ । ଅଧିକ ପଢନ୍ତୁ...

ଚାଷୀ ଜମିରେ ଭାସୁଛି ତେଲ; IOCL ବିରୋଧରେ ମେଳି ବାନ୍ଧୁଛନ୍ତି ଚାଷୀ
ଚାଷୀ ଜମିରେ ଭାସୁଛି ତେଲ; IOCL ବିରୋଧରେ ମେଳି ବାନ୍ଧୁଛନ୍ତି ଚାଷୀ

By

Published : Sep 27, 2021, 2:42 PM IST

Updated : Sep 27, 2021, 2:54 PM IST

ଜଗତସିଂହପୁର:ଆଇଓସିଏଲ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ଏକର ଏକର ଜମିରେ ଆଇଓସିଏଲ ମଡାଇ ଦେଇଛି ତେଲ ମିଶା ପାଣି। ତେଲର ପ୍ରଭାବରେ ସଢ଼ି ଯାଇଛି ଧାନ ଗଛ । ଏନେଇ ଏକାଠି ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ, ତ୍ରିଲୋଚନପୁର ଓ ବଡକଣ୍ଟା ଗାଁର ଚାଷୀ । ନିଜ ପିଲାଙ୍କ ଭବିଷ୍ୟତ ଆଶାରେ ଆଇଓସିଏଲ କୁ ଶାଗ ମାଛ ଦରରେ ଜମି ଦେଇଥିଲୁ କିନ୍ତୁ ମଜୁରୀ ଲାଗିବାକୁ ମଧ୍ୟ ସୁଯୋଗ ଦେଲା ନାହିଁ ଆଇଓସିଏଲ। ଓଲଟି ଆମର ବଳକା ଚାଷ ଜମି , ନଦୀ ଓ ଭୂତଳ ଜଳ ମଧ୍ୟ ଏବେ ଅଘୋଷିତ ଆଇଓସିଏଲ କବଜାରେ।

ଚାଷୀ ଜମିରେ ଭାସୁଛି ତେଲ; IOCL ବିରୋଧରେ ମେଳି ବାନ୍ଧୁଛନ୍ତି ଚାଷୀ

କମ୍ପାନୀର ପରିଚାଳନା ତୃଟି ଯୋଗୁଁ ପେଟକୋକ ଓ କମ୍ପାନୀର ଲିକେଜ ତୈଳ ଏବେ ଚାରିଆଡ଼େ ଭାସୁଛି। ଚଳିତ ଲଗାଣ ବର୍ଷାରେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆଇଓସିଏଲ ପଛପଟ ଗାଁର ଚାଷୀ। ଗାଁରେ ଘଣ୍ଟ ବାଡ଼େଇ ଏକତ୍ରିତ ହେବା ସହିତ ଆଇଓସିଏଲ କମ୍ପାନୀ ବିରୁଦ୍ଧରେ ବିଶୋଦଗାର କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ। ଆସନ୍ତା ୧୫ ଦିନ ମଧ୍ୟରେ କ୍ଷତିପୂରଣ ସହିତ ସ୍ଥାୟୀ ସମାଧାନ କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ପୁର୍ବରୁ ସ୍ବର୍ଣ୍ଣଗର୍ଭା ବୋଲି କୁହାଯାଉଥିବା ପାରାଦ୍ଵୀପ ବନ୍ଦର ନିକଟସ୍ଥ ଅଞ୍ଚଳ ଢ଼ିଙ୍କିଆ, ନୂଆଗାଁ, ଗୋବିନ୍ଦପୁର, ବାଲିତୁଠ ଅଞ୍ଚଳ ଏବେ ଆଇଓସିଏଲ କମ୍ପାନୀ ପାଇଁ ଶ୍ରୀହିନ ହେବାକୁ ବସିଛି। ମୁଖ୍ୟତଃ ଧାନ , ପାନ ଓ ମୀନକୁ ନେଇ ଏହି ଅଞ୍ଚଳର ଲୋକମାନେ ସମୃଦ୍ଧ। ମାତ୍ର ଆଇଓସିଏଲର ପ୍ରତିଷ୍ଠା ପରେ ଏବେ ଏହି ଅଞ୍ଚଳରେ ଧାନ , ପାନ ଓ ମୀନର ଅଭାବ ଦେଖାଦେଇଛି। କମ୍ପାନୀ ପରିସରରୁ ତୈଳ ମିଶ୍ରିତ ପାଣି ,ଚାଷ ଜମି ସମେତ ନଦୀ ଗୁଡିକରେ ପଶି ଯାଉଛି। ନଦୀ ଓ ଚାଷ ଜମିରେ ଏକ ତୈଳାକ୍ତ ଆସ୍ତରଣ ଜମି ରହୁଛି ।

ଫଳରେ ଧାନ ଗଛ ଗୁଡ଼ିକ ସଢ଼ି ଯାଉଥିବା ବେଳେ ତୈଳାକ୍ତ ଆସ୍ତରଣ ଯୋଗୁଁ ନଦୀରେ ମାଛ ରହୁ ନାହାଁନ୍ତି। ଏପରିକି ଏହି ପାଣି ଓ ଆଇଓସିଏଲର ଉତ୍କଟ ଗ୍ୟାସ ପ୍ରଭାବରେ ପାନ ଚାଷ ଓ ନଡ଼ିଆ ଚାଷ ମଧ୍ୟ ପ୍ରଭାବିତ ହେଉଛି। ସମୁଦ୍ରକୁ ପାଣି ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରୁନାହାଁନ୍ତି ଆଇଓସିଏଲ କତ୍ତୃପକ୍ଷ। ବାରମ୍ବାର ଏସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ଶୁଣୁନାହାନ୍ତି କମ୍ପାନୀ କତ୍ତୃପକ୍ଷ। ତେଣୁ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ସରପଞ୍ଚ। ଆଇଓସିଏଲ କତ୍ତୃପକ୍ଷ ଙ୍କ ଖାମଖିଆଲି ମନୋଭାବ ଏହି ଅଞ୍ଚଳ ପାଇଁ ବିପଦ ଆଣିଦେଇଛି। ଯାହାକୁ ନେଇ ଏବେ ଆଇଓସିଏଲ ବିରୋଧରେ ମେଳି ବାନ୍ଧୁଛନ୍ତି ଗ୍ରାମବାସୀ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 27, 2021, 2:54 PM IST

ABOUT THE AUTHOR

...view details